ସୀମାପୁରୀ ଅଂଚଳରୁ ଜଣକ ଘରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍ , ଆଇଇଡି ଥିବା ନେଇ ଏନଏସଜି ଟିମ୍ ଙ୍କୁ ଡାକରା

24

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗୁରୁବାର ଦିଲ୍ଲୀର ସୀମାପୁର ଅଞ୍ଚଳର ଏକ ଘରେ ଖାନତଲାସୀ କରିବା ସମୟରେ ଏକ ସନ୍ଦିଗ୍ଧ ବ୍ୟାଗକୁ ଜବତ କରିଛି Iବ୍ୟାଗରେ ଆଇଇଡି ଥାଇପାରେବୋଲି ସନ୍ଦେହ କରାଯାଉଛି I ତେଣୁ ବର୍ତ୍ତମାନ ସେହି ସ୍ଥାନକୁ ଦିଲ୍ଲୀ ପୋଲିସର ବରିଷ୍ଠ ଟିମ୍ ଯାଉଥିବାବେଳେ, ଏନଏସଜି ଟିମକୁ ମଧ୍ୟ ଡକାଯାଇଛି । ମିଳିଥିବା ସୂଚନା ମୁତାବକ, ସ୍ପେଶାଲ ସେଲ୍ ଯେଉଁ ଘରେ ଛାନଭିନ୍ କରି ସେହି ଘରୁ ହିଁ ଏହି ବ୍ୟାଗ୍ ଜବତ କରାଯାଇଛି । ଅନ୍ୟପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଯେଉଁ ଘରୁ ଏହି ସନ୍ଦିଗ୍ଧ ବ୍ୟାଗ୍ ଜବତ ହୋଇଛି, ସେହି ଘରେ କିଛି ଦିନ ହେଲା ୩ରୁ ୪ ଜଣ ଲୋକ ରହି ଆସୁଥିଲେ । ଯେଉଁମାନେ କି ଏବେ ଫେରାର୍ ଅଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡି ଗେଟ୍ ନମ୍ବର ୧ରୁ ମଧ୍ୟ ଆଇଇଡି ବମ୍ ମିଳିଥିଲା । ଯାହାକୁ ନିଷ୍କ୍ରିୟ କରିଦିଆଯାଇଥିଲା । ମିଳିଥିବା ଏହି ବୋମା କୁ ମଧ୍ୟ ବୋମା ଡିସପୋଜାଲ୍ ସ୍କ୍ୱାଡ୍ ଡିଫ୍ୟୁଜ୍ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ପରେ ଏହାକୁ ଏକ ଗାତରେ ଡିଫ୍ୟୁଜ୍ କରିଦିଆଯାଇଥିଲା।ତେଣୁ ଏବେ ଦିଲ୍ଲୀରେ କିଛି ବଡ ଧରଣର ବିସ୍ଫୋରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଭଳି ମନେ ହେଉଛି I

Comments are closed, but trackbacks and pingbacks are open.