ପଞ୍ଜାବ କଂଗ୍ରେସକୁ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ପୂର୍ବତନ ବରିଷ୍ଠ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର

100

ପଞ୍ଜାବ କଂଗ୍ରେସ କୁ ପୁଣି ଲାଗିଛି ଜବରଦସ୍ତ ଝଟକା I ୨୦ ଫେବୃଆରୀ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ବିନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ସକାଳେ ସେ ତାଙ୍କର ଇସ୍ତଫା ପତ୍ର ଭାରତୀୟ ଜାତୀୟ କଂଗ୍ରସେର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି । ଏହା ସହିତ ସେ କହିଛନ୍ତି କି ପୂର୍ବତନ ଆଇନ ମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱରେ ଦମ ନାହିଁ। ନିଷ୍ଠାବାନ ଲୋକମାନେ ଏବେ ଧୀରେ ଧୀରେ ପାର୍ଟିକୁ ଅଲବିଦା କହିବା ଆରମ୍ଭ କଲେଣି । ତେବେ ସେ ନିଜର ଅସ୍ମିତା ଓ ଆତ୍ମ ସମ୍ମାନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଦଳ ବାହାରେ ରହି ମଧ୍ୟ ଦେଶ ପାଇଁ ଆହୁରି ଭଲ କାମ କରିହେବ ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି ଏବେ ପଞ୍ଜାବରେ ଆପ୍‌ର କ୍ରେଜ ରହିଛି। ଆପ୍‌ କ୍ଷମତାକୁ ଆସିବ। ପଞ୍ଜାବ ରେ ବର୍ତ୍ତମାନ କଂଗ୍ରେସ ର ସ୍ଥିତିକୁ ବିଚାରକୁ ନେଲେ କଂଗ୍ରେସ ହାରିବା ଏକ ପ୍ରକାରର ନିଶ୍ଚିତ। ମୁଁ ଜଣେ ଜ୍ୟୋତିର୍ବିଦ୍‌ ନୁହେଁ। କିନ୍ତୁ ମୁଁ ଯାହା ତୃଣମୂଳ ସ୍ତରରେ ଦେଖିଛି, ସେକଥା କହୁଛି। ଆମ ପାଖରେ ଦଳର ନେତୃତ୍ୱ ନେବା ପାଇଁ ଏକ ପରିବର୍ତ୍ତନକାରୀ ଓ ପ୍ରେରକ ନେତୃତ୍ୱ ନାହାନ୍ତି… ମୁ ରାଜନୀତି ଛାଡ଼ି ନାହିଁ କିମ୍ୱା ଜନତାଙ୍କ ସେବା ଛାଡ଼ି ନାହିଁ, ମୁ ରାଷ୍ଟ୍ର ପାଇଁ ନିଜ ଦାୟିତ୍ୱ ନିର୍ବାହ କରିବା ଜାରି ରଖିବି”। ଏହା ବ୍ୟତୀତ ସେ ଦଳକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି I ଅଶ୍ୱିନୀ କୁମାର ଦଳ ପରିତ୍ୟାଗ କରିବା କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛନ୍ତି ।
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାରରେ ଆଇନ ମନ୍ତ୍ରୀ ଥିଲେ । ସେ ୨୦୦୨ ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ । ଦୀର୍ଘ ୪୬ ବର୍ଷ ଧରି କଂଗ୍ରେସରେ ରହିବା ପରେ ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି ।

Comments are closed, but trackbacks and pingbacks are open.