ପୂଜା ସମୟରେ ଏହି ସବୁ ସାମଗ୍ରୀ ତଳେ ରଖନ୍ତୁ ନାହିଁ , ହୋଇପାରନ୍ତି ଦୈବୀ କୋପର ଶିକାର

26

ନିଜର ଧାର୍ମିକ ଭାବନା ଅନୁଯାୟୀ ଆମେ ସମସ୍ତେ ବିଭିନ୍ନ ଦେବଦେବୀ ଙ୍କୁ ପୂଜା କରିଥାଉ I ଘରେ ଠାକୁର ଙ୍କ ପୂଜା ସମୟରେ ମୁଖ୍ୟତଃ ଖଟୁଲି ବ୍ୟବହାର ହୋଇଥାଏ I ଏଥିରେ ଠାକୁର ଙ୍କ ବ୍ୟତୀତ ନାନାବିଧି ପୂଜା ସାମଗ୍ରୀ ରଖିଥାନ୍ତି । ପୂଜା ସାମଗ୍ରୀ ବାସ୍ତୁ ଅନୁଯାୟୀ କେଉଁଠି ରଖିବା ଜାଣି ରଖନ୍ତୁ।

ଘଣ୍ଟି : ପୂଜା ଘରେ ଘଣ୍ଟି ନ ବାଜିଲେ ପୂଜା ଅଧୁରା ହୋଇଥାଏ I ବିଶେଷ କରି ପ୍ରସାଦ ଚଢ଼ିଲାବେଳେ କିମ୍ବା ଆଳତି ସମୟରେ ଘଣ୍ଟି ବଜାଇବା ଅତ୍ୟନ୍ତ ଜରୁରୀ I ଅନେକ ବ୍ୟକ୍ତି ଘଣ୍ଟି ବଜାଇ ସାରି ତାହାକୁ ତଳେ ଥୋଇ ଦିଅନ୍ତି ଇ ଏହା ଦ୍ୱାରା ମସ୍ତ ବଡ଼ ଭୁଲ ହୋଇଥାଏ ଯାହାକି ଭଗବାନ ନାରାଜ ହୋଇଥାନ୍ତି ଇ ପୂଜା ପୂର୍ବରୁ ପ୍ରଥମେ ଘଣ୍ଟି କୁ ଧୋଇ ଚନ୍ଦନ ,ସିନ୍ଦୁର ଅରୁଆଚାଉଳ ଦେଇ ଧୂପ ବୁଲାନ୍ତୁ ତଇ’ପରେ ଘଣ୍ଟି ବଜାଇ ସାରିଲେ ତାକୁ ଯଥାସ୍ଥାନରେ କୌଣସି ଥାଳି ଉପରେ ରଖନ୍ତୁ I ମାନ୍ୟତା ରହିଛି ଯେ ଘଣ୍ଟି ରେ ଗରୁଡ଼ ଦେବ ଙ୍କ ର ବାସ ରହିଥାଏ ,ତେଣୁ ଘଣ୍ଟି କୁ ଭୁଲ ରେ ମଧ୍ୟ ତଳେ ରଖନ୍ତୁ ନାହିଁ I

ଶଙ୍ଖ :ହିନ୍ଦୁ ଧର୍ମରେ ଶଙ୍ଖକୁ ବହୁତ ପବିତ୍ର ବୋଲି ଧରାଯାଏ , ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖ ଫୁଙ୍କI ଯାଇଥାଏ । ତେଣୁ ପୂଜାପାଠ ଓ ପର୍ବପର୍ବାଣୀରେ ଶଙ୍ଖ ଫୁଙ୍କିବାକୁ ବେଶ୍‌ ଶୁଭ ବୋଲି ଧରାଯାଏ । ଘରେ ଶଙ୍ଖ ଫୁଙ୍କିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି ଓ ଘରେ ସଦାସର୍ବଦା ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ରହିଥାଏ । ଘରେ ଶଙ୍ଖ ରହିବାକୁ ଶୁଭ ବୋଲି ଧରାଯାଏ । କିନ୍ତୁ ଏହାକୁ କେବେ ବି ଚଟାଣ ଉପରେ ରଖନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ଓ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯଦି ପାରୁଛନ୍ତି ଠାକୁର ଘରେ ଯୋଡି ଶଙ୍ଖ ରଖି ଧୂପ ବୁଲାନ୍ତୁ I ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବେ I

ଦୀପ– ଦୀପ, ଆଳତି ବିନା ଅଧୁରା ରୁହେ ପୂଜାପାଠ । ପୂଜାପାଠ ବ୍ୟତୀତ ଶୁଭ କାମରେ ମଧ୍ୟ ଦୀପ ଜଳାଇବା ବିଧୀ ରହିଛି। ହେଲେ ପୂଜା-ଆଳତି କରିବା ସମୟରେ କେବେ ବି ଦୀପକୁ ଚଟାଣ ଉପରେ ରଖନ୍ତୁ ନାହିଁ । ଏହାକୁ ସର୍ବଦା ଥାଳି ଉପରେ କିମ୍ବା କୌଣସି ଷ୍ଟାଣ୍ଡ ଉପରେ ରଖନ୍ତୁ। ଦୀପକୁ ତଳେ ରଖିବା ଦ୍ୱାରା ଦେବୀଦେବତାଙ୍କ କୋପ ଦୃଷ୍ଟି ପଡ଼ିଥାଏ।

ସୁନା ଅଳଙ୍କାର-ଘରେ ଥିବା ସୁନା ଅଳଙ୍କାରକୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୂପେ ବିବେଚନା କରାଯାଏ। ଏପରିକି ମା’ ଲକ୍ଷ୍ମୀଙ୍କ ପୂଜାରେ ବି ଘରର ଗହଣାକୁ ମା’ଙ୍କ ପାଦ ତଳେ ରଖି ପୂଜା କରାଯାଇଥାଏ। ତେଣୁ ଏହାକୁ କେବେ ବି ତଳେ ରଖନ୍ତୁ ନାହିଁ। କିମ୍ବା ପାଦରେ ପିନ୍ଧନ୍ତୁ ନାହିଁ। ଏହାକୁ ସବୁବେଳେ କୌଣସି କପଡ଼ା ଉପରେ ରଖନ୍ତୁ।

ଦେବାଦେବୀଙ୍କ ମୂର୍ତ୍ତି-ଦେବାଦେବୀଙ୍କ ମୂର୍ତ୍ତି ଓ ଫଟୋକୁ ସବୁବେଳେ ବହୁତ ସମ୍ମାନ ସହ ରଖିବା ଦରକାର। ଠାକୁର ରଖିବା ସ୍ଥାନକୁ ସଫା କରିବା ସମୟରେ ମଧ୍ୟ ସମସ୍ତ ଫଟୋକୁ ତଳେ ରଖିବା ଉଚିତ ନୁହେଁ। ଏହା ଠାକୁରଙ୍କୁ ଅସମ୍ମାନ ପ୍ରଦର୍ଶନ ବୋଲି ଧରାଯାଏ । ତେଣୁ ମୂର୍ତ୍ତି ତଥା ଠାକୁରଙ୍କ ଫଟୋକୁ ସବୁବେଳେ କପଡ଼ା ଉପରେ ନ ହେଲେ ଥାଳି ଉପରେ ନଚେତ ଚୌକି ପରେ ରଖନ୍ତୁ।

Leave A Reply

Your email address will not be published.