ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ଦୁଇ ବିଧାୟକ ମୁହଁ ମୁହିଁ

19

ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ଦୁଇ ବିଧାୟକ ମୁହଁ ମୁହିଁ ହୋଇଛନ୍ତି I ସୋରରେ ବର୍ତ୍ତମାନ ବିଧାୟକ ଥିବା ପର୍ଶୁରାମ ଧଡ଼ା ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଙ୍କ ମଧ୍ୟରେ ରାସ୍ତା ମଝିରେ ତୁ ତୁ ମେଁ ମେଁ ହୋଇଥିବା ର ଭିଡିଓ ଭାଇରଲ ହେବାରେ ଲାଗିଛି I
ସୁଚନIନୁସାରେ ବିଧାୟକ ପର୍ଶୁରାମ ଧଡ଼ା ନିର୍ବାଚନ ପ୍ରଚାରରେ ଯାଇଥିବା ସମୟରେ, ଅନନ୍ତପୁର ନିକଟରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ତାଙ୍କୁ ଅଟକାଇ ନିର୍ବାଚନ ମଣ୍ଡଳୀର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ହୋଇ କଥା କଟାକଟି ହୋଇଥିଲା। ଏହି ସମୟରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପୂର୍ବତନ ବିଧାୟକଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ କରିବା ସହିତ କର୍ମୀମାନେ ତାଙ୍କୁ ଠେଲାପେଲା କରିଥିବା ଭାଇରାଲ ଭିଡିଓରୁ ଜଣI ପଡୁଛି I ତେବେ ସମ୍ପର୍କରେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳି ପାରିନ ନାହିଁ।

Leave A Reply

Your email address will not be published.