OUAT ପ୍ରଫେସର ଙ୍କ ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ

18

ଭୁବନେଶ୍ୱରରେ ଓୟୁଏଟିରେ କାର୍ଯ୍ୟରତ ମହିଳା ପ୍ରଫେସରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଓୟୁଏଟି ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ତେବେ ପ୍ରଫେସର ଶ୍ରୀମତୀ ଜେନାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ମହିଳା ପ୍ରଫେସର ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା ଅନୁସାରେ ଉଭୟ ପତିପତ୍ନୀ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି । ଏବଂ ସେମାନେ ବିଶ୍ୱବିଦ୍ୟାଳୟର କ୍ୱାର୍ଟର୍ସରେ ରୁହନ୍ତି । କିନ୍ତୁ କେଉଁ କାରଣ ଯୋଗଁ ସେ ଏମିତି ଚରମ ନିଷ୍ପତି ନେଲେ ତାହା ଜଣାପଡିନାହିଁ । ଏହି ଖବର ଜଣାପଡିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଁଚିଥିଲେ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଛି ।

Leave A Reply

Your email address will not be published.