ସୁନ୍ଦରଗଡ଼ ଜିଲ୍ଲା : କାହାପାଇଁ ସୁଯୋଗ ତ କାହା ପାଇଁ ଆହ୍ୱାନ

28

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁ ବିଧାୟକ ଓ ନେତାଙ୍କ ରାଜନୈତିକ ପ୍ରତିଷ୍ଠା ବାଜିରେ ଲାଗିଥିବାବେଳେ କାହା ପାଇଁ ଏହା ସୁଯୋଗ ତ କାହା ପାଇଁ ଏହା ଚାଲେଞ୍ଜ ହୋଇଛି I ପଞ୍ଚାୟତ ନିର୍ବାଚନ ରେ ବିଶେଷକରି ଦୁଇ ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମଝି ଓ ଯୋଗେଶ ସିଂ ଙ୍କ ରାଜନୈତିକ ପାରିବାପାଣିଆ ଓ ସଂଗଠନ ଦକ୍ଷତା ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ଜୋର ଧରିଛି I କାରଣ ଡ. ପ୍ରଫୁଲ୍ଲ ମାଝୀ କେଇମାସ ତଳେ ‘ହାତ’ ଛାଡି ଶଙ୍ଖ ଧରିଥିବାବେଳେ ପୂର୍ବତନ ବିଧାୟକ ଯୋଗେଶ ସିଂ ମଧ୍ୟ ଅନୁରୂପ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ I ଉଭୟଙ୍କୁ ବିଜେଡି ଏକ ପ୍ରକାର ଥଇଥାନ କରିଥିବାବେଳେ ବର୍ତ୍ତମାନ ଏମାନଙ୍କୁ କାମରେ ଲଗାଇଛି ଇ ଡ. ପ୍ରଫୁଲ୍ଲ ମାଝୀ ତଳସରା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ସହ ୩ ଥର ବିଧାୟକ ହୋଇଥିବାବେଳେ ଯୋଗେଶ ସିଂ ମଧ୍ୟ ପୂର୍ବ ଦଳରୁ ଦୁଇଥର ବିଧାୟକ ହୋଇଥିଲେ ଇଉତ୍ତେ ନିଜର ରାଜନୈତିକ ଦକ୍ଷତା ଓ ପାରିବI ପଣିଆ ଦେଖାଇବା ପାଇଁ ଅଣ୍ଟା ଭିଡି ବାହାରିଛନ୍ତି ଇ ଯୋଗେଶ ସିଂ ସଦର ନିର୍ବାଚନ ମଣ୍ଡଳୀର ୭ ଜିଲ୍ଲା ପରିଷଦ ଜନ ରେ ପ୍ରାର୍ଥୀ ମନୋନୟନ ଠାରୁ ପ୍ରଚାର ଓ ପ୍ରାର୍ଥୀଙ୍କ ବିଜୟ ନେଇ ଆଗେଇ ଥିବାବେଳେ ପ୍ରଫୁଲ୍ଲ ମାଝୀ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ପ୍ରଚାର ଓ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟରେ ଲାଗି ପଡିଛନ୍ତି I

Leave A Reply

Your email address will not be published.