ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ପୁରୀ ରାଜକୁମାରୀ

19

ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି I ମହାରାଜା ଙ୍କ ଚତୁର୍ଥ ତଥା କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ସହିତ ହରିୟାଣା ଗୁରୁଗାଓଁ ର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେର ଙ୍କ ସହିତ ପଡୁଛି ହାତଗଣ୍ଠି I ଭୁବନେଶ୍ୱରର ମେ ଫେୟାର ହୋଟେଲ୍‌ରେ ବିବାହ ଅନୁଷ୍ଠିତ ହେଉଛି । ଆଜି ପୁରୀ ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇଛି । ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଦୁଇ ଦିନ ତଳୁ ଆରମ୍ଭ ହୋଇଥିବା ଏହି ବିବାହ କାର୍ଯ୍ୟକ୍ରମରେ ନୀଳଗିରି ରାଜ ପରିବାର ସଦସ୍ୟ ଜୋସ୍ନୋ ଦେବୀ ମର୍ଦ୍ଦରାଜ ଯୋଗ ଦେଇଥିଲେ । ଏହି ସମୟର ଭିଡିଓ ସେ ଟ୍ୱିଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛ।

ଏନେଇ ଗଜପତି ମହାରାଜାଙ୍କ ସଚିବ କହିଛନ୍ତି- ଆଜି ସନ୍ଧ୍ୟା ୭ଟାରେ ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହାପରେ ଭୁବନେଶ୍ୱରର ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ଗତକାଲି ଦିଲ୍ଲୀରୁ ରାଜକୁମାରଙ୍କ ପରିବାର ସମେତ ୬୦-୬୫ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ପ୍ରଭୁଙ୍କ ଦର୍ଶନ କରି ଅଛନ୍ତି। କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ କୁ ବଛା ବଛା ମାନ୍ୟଗଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି I

Leave A Reply

Your email address will not be published.