ନିର୍ବାଚନ ମୈଦାନରେ ବିଜେଡି ର ହେଭି ୱେଟ ଙ୍କ ପ୍ରଚାର , ଭୋଟରଙ୍କ ପ୍ରଶ୍ନବାଣ ରେ ହେଉଛନ୍ତି ଘାଇଲା

19

ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରଚାର ଗାଁ ମୈଦାନ ରେ ନେତା ଓ ମନ୍ତ୍ରୀ ଙ୍କ ପାଦ ପଡୁଥିବା ଦେଖିବାକୁ ମିଳୁଛି ଇ କେବଳ ଭୋଟ ସମୟରେ ନେତା ମନାକର ଦର୍ଶନ ମିଳୁଥିବାରୁ ଜନ ଆକ୍ରୋଶ ର ଶିକାର ହେବାକୁ ପଡୁଛି ଏହି ନେତା ମାନଙ୍କୁ I ଅନେକ ସ୍ଥାନରେ ଲୋକଙ୍କ ପ୍ରଶ୍ନ ବାଣ ରେ ଉତ୍ତର ଦେଇ ନ ପରି ହଠାତ ହେଉଛନ୍ତି ନେତାଏ I ଗତ ଦୁଇ ଦିନ ପୂର୍ବରୁ ବଲାଙ୍ଗୀର ରେ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଙ୍କୁ ଏହି ଭଳି ପରିସ୍ଥିତି ର ସାମ୍ନା କରିବାକୁ ପଡିଥିଲା ଇ ସେହିପରି ଆଜି ନିମାପଡା ନିର୍ବାଚନ ମଣ୍ଡଳୀ ସାଇଁସ ପଞ୍ଚାୟତରେ ନିଜ ନିର୍ବାଚନ ମଣ୍ଡଳୀର ୧୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ ପ୍ରଚାର କରୁଥିବାବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଘେରି ଯାଇ ପ୍ରଶ୍ନ କରିଛନ୍ତି ଗାଁର ମହିଳା ଭୋଟର । ପୂର୍ବ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମନ୍ତ୍ରୀ କାହିଁକି ପୂରଣ କରିନାହାଁନ୍ତି ସେନେଇ ପ୍ରଶ୍ନ କରିଛନ୍ତି । ନିର୍ବାଚନ ପରେ କୁଆଡେ ଥିଲେ ଏବେ ନିର୍ବାଚନ ଆସିଲେ ବୋଲି ପଚାରିଥିଲେ । ଦୀର୍ଘ ସମୟ ଧରି ମହିଳାମାନଙ୍କ ସହ ମନ୍ତ୍ରୀଙ୍କ କଥା କଟାକଟି ହୋଇଥିଲା । ସେହି ସମୟର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । କାକଟପୁରରେ ବିରୋଧର ସମ୍ମୁଖୀନ ହୋଇଛନ୍ତି କ୍ରୀଡାମନ୍ତ୍ରୀ । କାକଟପୁର ନିକଟ ବୋଇତ କୁଦ ଗାଁକୁ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଯାଇଥିବାବେଳେ ହଟହଟା ହୋଇଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କ ସହ ଥିବା ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ କିଛି କର୍ମୀଙ୍କୁ ଘେରିଯାଇ ଲୋକେ ପ୍ରଶ୍ନ କରିଥିଲେ । ଗାଁକୁ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଳାପରିଷଦ ପ୍ରାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗିଛନ୍ତି ପ୍ରତାପ । ସେହିପରି କଳହାଣ୍ଡି ଜିଲ୍ଳାର ନିର୍ବାଚନ ବିଶେଷ ଗୁରୁତ୍ୱ ରଖୁଥିବାରୁଏହାକୁ ଦଖଲ କରିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ଶାସକ ଦଳ । ଏହି କ୍ରମରେ କୋକସରା, ଚିଲିଗୁଡା, ଲଡୁଗାଁ ସମେତ ଏକାଧିକ ସ୍ଥାନରେ ପ୍ରଚାର କରିଛନ୍ତି ମନ୍ତ୍ରୀ ନବ ଦାସ । ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ମିଶି ଛୋଟ ଛୋଟ ସମାବେଶ କରି ପ୍ରଚାର କରିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.