ବିଜେଡି-ବିଜେପି କଡା ମୁକାବିଲା

18

ଭୁବନେଶ୍ୱର ବ୍ଲକ ୨୮ ନମ୍ବର ଜୋନ ରେ ବିଜେଡି -ବିଜେପି ମଧ୍ୟରେ କଡା ମୁକାବିଲା ହେବ ସ୍ପଷ୍ଟ ହୋଇଯାଇଛି I ଏହି ଜୋନ ରେ ,ଦାରୁଠେଁଗ,ଚନ୍ଦକା ,ଅନ୍ଧାରୁଆ ,କଣ୍ଟାପଡା,ମଳିପଡ଼ା ଓ ମେଣ୍ଢାଶାଳ ପଂଚାୟତ କୁ ନେଇ ଗଠିତ ଚଳିତ ନିର୍ବାଚନ ରେ ବିଜେଡି ,ବିଜେପି ,କଂଗ୍ରେସ ଓ ସିପିଆଇଏମ ରୁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି I ଏହି ଜୋନ ଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ,ବିଜେଡିରୁ ପ୍ରଭାତ ପରିଡା ,ବିଜେପି ରୁ ବିଶ୍ୱନାଥ ପିଙ୍ଗୁଆ ,କଂଗ୍ରେସରୁ ଅଜୟ ପରିଡା ,ଓ ସିପିଆଇଏମ ରୁ ମାଧବ ବୁସୁଈ ପ୍ରାର୍ଥୀ ହୋଇଛନ୍ତି ଇ ୨୦୧୭ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୭ ଖଣ୍ଡ ଭୋଟ ରେ ହରାଇ ,ବିଜେଡି ଜିଲ୍ଲା ପରିଷଦ ଆସନ ହାତେଇଥିଲା ଇ ଏଥର କିନ୍ତୁ ବିଜେପି ପ୍ରାଣପଣେ ଚେଷ୍ଟାରେ ରହିଛି ନିର୍ବାଚନ ଜିତିବାକୁ I ବିଜେପି ନିର୍ବାଚନ ପ୍ରଚାର ରେ ଆଗରେ ରହିବ ସହ ଭୁବନେଶ୍ୱର ସାଂସଦ ଗାଁ କୁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି I ବିଜେଡି ମଧ୍ୟ ପଂଚାୟତ ସ୍ତରରେ କର୍ମୀଙ୍କୁ ନେଇ ଘନ ଘନ ବୈଠକ କରିବା ସହ ଦୁଇ ଦୁଇ ହେଭିୱେଟ ତଥା ପୂର୍ବତନ ବିଧାୟକ ବିଭୁତି ବଳବନ୍ତ ରାୟ ଓ ସାଂସଦ ମୁନ୍ନା ଖାଁ କୁ ଧରି ପ୍ରଚାରକୁ ଜୋରଦାର କରିଛନ୍ତି ଇ ସେହିଭଳି କଂଗ୍ରେସ ପାଇଁ ଜଟଣୀ ବିଧାୟକ ମୈଦାନରେ ଅଂଟାଭିଡି ପ୍ରଚାରକୁ ଜୋରଦାର କରିଛନ୍ତି I ହ ତାଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ବୋଲି କହିଛନ୍ତି I ସେହିପରି ସିପିଆଇଏମ ପ୍ରାର୍ଥୀ ମାଧବ ବୁଶୁଇ ନିଜର ଅଳ୍ପ କିଛି ସମର୍ଥକ ଙ୍କୁ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି I
ବିଜେପି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ପ୍ରଚାର କରୁଥିବାବେଳେ ,ବିଜେଡି ପ୍ରାର୍ଥୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଜନହିତ କାରୀ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କୁ ଆଧାର କରି ପ୍ରଚାର ଚଳାଇଛନ୍ତି ଇ ତେଣୁ ଭୋଟର କାହାକୁ ଚୟନ କରିବେ ତାହା ଏ ପର୍ଯ୍ୟନ୍ତ ଜଣାପଡୁ ନ ଥିଲେ ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ସ୍ପଷ୍ଟ ହୋଇଯାଇଛି I

Leave A Reply

Your email address will not be published.