ପୁରୀ ଗଜପତି ମହାରାଜଙ୍କ ଝିଅ ବିବାହ: ଭୁବନେଶ୍ୱରରେ ପଡିବ ହାତଗଣ୍ଠି

19

ଆଜି ପୁରୀ ଗଜପତି ମହାରାଜଙ୍କ ଝିଅ ବାହାଘର । ଦିବ୍ୟସିଂହଦେବଙ୍କ ତୃତୀୟ କନ୍ୟା ଦେବେଶୀ ଦେବୀଙ୍କ ବିବାହ ଅନୁଷ୍ଠିତ ହେବ । ହରିୟାନା ବର୍ଦ୍ଧମାନର ରାଜକୁମାରଙ୍କୁ ବିବାହ କରିବେ । ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ବିବାହ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗ ବର୍ଦ୍ଧମାନର ମୂଳ ନିବାସୀ ବରପକ୍ଷ ପରିବାର ବର୍ତ୍ତମାନ ହରିଆନାର ଗୁରୁଗାଓଁରେ ରହୁଛନ୍ତି । ବାହାଘର ପାଇଁ ରାଜ ପରିବାର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଏହା ଗଜପତି ମହାରାଜଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଯୋଗଦେବେ ଦେଶବିଦେଶର ରାଜପରିବାର ସଦସ୍ୟ । ତେବେ କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ ହେବ । ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ରାଜକୁମାରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହ ଉତ୍ସବର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଶ୍ରୀନଅର ସୂତ୍ରରୁ ଜଣାପଡ଼ିଛି । ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି ତେବେ ବିବାହ ପାଇଁ ବରପକ୍ଷ ପୁରୀରେ ପହଂଚି ସାରିଛନ୍ତି । ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.