ପରିବାର ର ସୁଖ ସମୃଦ୍ଧି ପାଇଁ ପାଳନ କରନ୍ତୁ ବାସ୍ତୁ ନିୟମ

24

ଆମେ ସମସ୍ତେ ପ୍ରାୟ ଉଣା ଅଧିକେ ପରିବାର ସୁଖ ସମୃଦ୍ଧି ପାଇଁ ବାସ୍ତୁ ନିୟମ ସବୁ ପାଳନ କରୁ I ବାସ୍ତୁ ଅନୁଯାୟୀ, ଯେଉଁ ଘରେ ସଦାବେଳେ ସକରାତ୍ମକ ଶକ୍ତି ରହିଥାଏ ପରିବାର ସଦସ୍ୟ ମାନେ ଖୁସିରେ ରହନ୍ତି, ଲକ୍ଷ୍ମୀଙ୍କ କୃପା ମଧ୍ୟ ଘରେ ପଡିଥାଏ I ତେଣୁ ଘରେ ବସ୍ତୁ ସମ୍ବନ୍ଧୀୟ କିଛି ନିୟମ ପାଳନ କରାଯିବ ଉଚିତ I

  • ବାସ୍ତୁ ଅନୁଯାୟୀ, ଘରର ଉତ୍ତର-ପୂର୍ବ (ଐଶାନ୍ୟ ) କୋଣରେ ଏକ ଛୋଟ କାଚ ବୋତଲରେ ଲୁଣ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ I ଏହାସହିତ ଆର୍ଥିକ ସମସ୍ୟା ଦୂର ହୁଏ I ଏହା ବ୍ୟତୀତ ଆର୍ଥିକ ରୋଜଗାର ର ବାଟ ଫିଟିଥାଏ I
  • ଧନ ସମ୍ବନ୍ଧୀୟ ଆଲମାରୀ ବା ଟ୍ରେଜେରି ,ବାକ୍ସ ଇତ୍ୟାଦି ଉତ୍ତର-ପୂର୍ବ (ଐଶାନ୍ୟ ) ଦିଗରେ ରହିବ ଅତ୍ୟନ୍ତ ଶୁଭ ହୋଇଥାଏ I ବିଶେଷ କରି ଆଲମାରୀ ର ଦ୍ୱାର ଉତ୍ତର ଦିଗକୁ ଖୋଲିଲେ ଭଲ I ଆଲମାରୀ ନିକଟରେ ଅଳିଆ କିମ୍ବା ଝାଡୁ ରଖନ୍ତୁ ନାହିଁ I
  • -ବାସ୍ତୁ ଅନୁଯାୟୀ, ସପ୍ତାହରେ ଥରେ ପାଣିରେ ଚିମୁଟାଏ ଲୁଣ ମିଶାଇ ଘର ପୋଛି ଆଣନ୍ତୁ I ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଘରେ ବଢିଥାଏ I ଏହା ସହିତ, ବାସ୍ତୁ ଜନିତ ତ୍ରୁଟି ଦୂର ହୋଇଥାଏ I ଏହା ଗୁରୁବାର ଦିନ କରିବେ ନାହିଁ I
  • -ବାସ୍ତୁ ଅନୁଯାୟୀ, ରୋଷେଇ ଘର କିମ୍ବା ବାଥରୁମରେ ଥିବା ଟ୍ୟାପରୁ ପାଣି ଗଳୁଥିଲେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ I ଏହା ଦ୍ୱାରା ଘରେ ଆର୍ଥିକ କ୍ଷତି ହୁଏ I ପ୍ଲମ୍ବର କୁ ଡକାଇ ଘରର ନଳ ଗୁଡିକୁ ସଜାଡି ଦିଅନ୍ତୁ ଇ ସେହିପରି ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଘରେ ସର୍ବଦା ସୁଖ ଏବଂ ଶାନ୍ତି ରହିଥାଏ I ଘରେ ଅଯଥା ବିବାଦ ହୁଏ ନାହିଁ I
  • -ବାସ୍ତୁ ଅନୁଯାୟୀ, ଶୋଇବା ସମୟରେ ବେଡ଼ ର କିମ୍ବା ନିଜର ଛବି ଯେମିତି ଦର୍ପଣ ଉପରେ ନ ପଡେ ଧ୍ୟାନ ରଖନ୍ତୁ Iଏହା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ I ଯଦି ଶୋଇବା ଘରେ ଦର୍ପଣ ରହିଛି , ତେବେ ଶୋଇବା ପୂର୍ବରୁ ଏହାକୁ ଘୋଡାଇବା ଦିଅନ୍ତୁ I
Leave A Reply

Your email address will not be published.