ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ

16

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଣିପାଗ ଗରମ ହେଉଛି I ରାଜ୍ୟରେ ପ୍ରମୁଖ ଦୁଇ ଦଳ ଶାସକ ଓ ବିରୋଧୀ ବିଜେପି ଦଳ ଙ୍କ ମଧ୍ୟରେ ଜୋରଦାର ଟକରା ଟକରୀ ଚାଲିଛି I ନିର୍ବାଚନ ମୈଦାନ ରେ ଦୁଇ ଦଳ ଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଚରମ ସୀମାରେ ପହଁଚିଥିବା ବେଳେ ଆଜି ରାଜ୍ୟସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟଶୀ ପ୍ରଂଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ଖଣିଜ ସଂସ୍କାରରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ଖୋଲା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଅଧିକ ପାରଦର୍ଶୀ ପାଇଁ ଆମେ କୋଇଲା ଓ ଖଣି ନୀତିରେ ସଂସ୍କାର ଆଣିଲୁ। ଖଣି ନିଲାମୀରୁ ଯାହା ଅର୍ଥ ଆସିଲା ସେସବୁ ରାଜ୍ୟକୁ ମିଳିଲା। ଓଡିଶା ଖଣି ସଂସ୍କାର ଲାଗୁ କରିବାରେ ଅଗ୍ରଣୀ ରହିଛି। ଏଥିସହ ସଫଳତା ପାଇଁ ନବୀନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କୋଇଲା ଏବଂ ଖଣିରେ ବିଜେପି ଆଣିଥିବା ସଂସ୍କାର ବର୍ତ୍ତମାନ ପ୍ରାକୃତିକ ସମ୍ପଦ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରୁଛି। ଖଣି କ୍ଷେତ୍ରରେ ସ୍ୱଚ୍ଛତା କେବଳ ରାଜ୍ୟ ପାଇଁ ନୁହେଁ ଦେଶକୁ ମଧ୍ୟ ଫାଇଦା ପହଞ୍ଚାଇଛି। ୨୦୦୦ ମସିହାରେ ଆମେ ସ୍ୱଚ୍ଛତାର ସହ ଖଣି ନିଲାମ କରିଥିଲୁ। ଗତ ଏକ ବର୍ଷ ମଧ୍ୟରେ ଖଣି ଆୟ ୧୪,୦୦୦ କୋଟି ଟଙ୍କାରୁ ୩୫,୦୦୦ କୋଟି ଟଙ୍କାଙ୍କୁ ବୃଦ୍ଧି ପାଇଛି। କେବଳ ବିନା ଯାଞ୍ଚରେ ବୈଧ ଲାଇସେନ୍ସ ଟ୍ରାନ୍ସଫର, ଖୋଲା ବଜାରରେ ବାର୍ଷିକ ଉତ୍ପାଦନ ୫୦ ପ୍ରତିଶତ ବିକ୍ରୟ ଏବଂ ପ୍ରାରମ୍ଭିକ କାର୍ଯ୍ୟକ୍ଷମତା ଉପରେ ୫୦ ପ୍ରତିଶତ ରିହାତି ହେତୁ ଏହି ରାଜସ୍ୱ ବୃଦ୍ଧି ଘଟିଛି। ଏଥିରେ  ରାଜ୍ୟର ବିକାଶ ହେବା ସହ ଦେଶର ବିକାଶ ହୋଇଛି ।  ସଂଘୀୟ ବ୍ୟବସ୍ଥାରେ ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି, ଓଡିଶା ଖଣି ସଂସ୍କାରକୁ ଲାଗୁ କରିବାରେ ଅଗ୍ରଣୀ ରାଜ୍ୟ ରହିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିବା ପରେ ବିଜେପି କର୍ମୀ ନିରାଶ ହୋଇଛନ୍ତି

Leave A Reply

Your email address will not be published.