ଭିଜିଲାନ୍ସ ଜାଲ ରେ ସହକାରୀ ଜିଲ୍ଲାପାଳ

26

ଭିଜିଲାନ୍ସ ଜାଲରେ ପୁଣି ଜଣେ ଆଗଧାଡିର ସରକାରୀ ବାବୁ I ରାଉରକେଲା ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଏକାସାଙ୍ଗରେ ୫ ଟି ସ୍ଥାନରେ ଚାଲିଛି ରେଡ୍ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି । ଏକାସାଙ୍ଗ ରାଉରକେଲା ଛେଣ୍ଡରେ ଦୁଇଟି ଘର, ଅଫିସ , ଭୁବନେଶ୍ୱର ସ୍ଥିତ ଘର, ପୈତୃକ ଘରକୁ ମିଶାଇ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ସମସ୍ତ ସମ୍ପତ୍ତିର ପରିମାଣ ନେଇ ବିଶେଷ ତଥ୍ୟ ମିଳିନାହିଁ ।ତେବେ , ଶ୍ରୀ ନାୟକଙ୍କ ନାମରେ ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.