ଭୁବନେଶ୍ୱର : ୫୩ ଟି ବୁଥ ରେ ମତଦାନ କରିବେ ୧୮୭୨୪ ମତଦାତା

20

ଭୁବନେଶ୍ୱର ବ୍ଲକ ର ୪ ଟି ପଞ୍ଚାୟତ ମେଣ୍ଢାଶାଳ,କଣ୍ଟାବାଡ, ନଂପୁଟ,ଓ ତୋମIଣ୍ଡରେ ବର୍ତମାନ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି I ପ୍ରାର୍ଥୀମାନେ ନିଜ ସମର୍ଥକ ମାନଙ୍କୁ ଧରି ପ୍ରଚାର ଆରମ୍ଭ କରିଥିବା ବେଳେ,ମତଦାତା ମଧ୍ୟ ପ୍ରାର୍ଥୀଙ୍କ ଜୟତକୁ ତୌଲୁଛନ୍ତି I ମେଣ୍ଢାଶାଳ ପଞ୍ଚାୟତ ର ବ୍ଲକ ରୁ ସର୍ବାଧିକ ୯ ଜଣ ସରପଞ୍ଚ ,୮ ଜଣ ସମିତିସଭ୍ୟ ,ଓ ୩୩ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି I ୧୪ ୱାର୍ଡ ବିଶିଷ୍ଟ ଏହି ପଂଚାୟତରେ ୨.୪.୮ ନମ୍ବର ୱାର୍ଡ ରୁ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ଆଉ ବାକି ରହିଥିବା ୧୧ ଟି ୱାର୍ଡ ରେ ରେକର୍ଡ ସଂଖ୍ୟକ ୩୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି I ସେହିପରି ୧୨ ନମ୍ବର ରୁ ସର୍ବାଧିକ ୭ ଜଣଙ୍କ ମଧ୍ୟରେ ଲଢେଇ ଜୋରଦାର ହେବାକୁ ଯାଉଛି I ୪୮ ୯୪ ମତଦାତା ୧୪ ଟି ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିବେ I ସେହିପରି କଣ୍ଟାବାଡ ପଂଚାୟତରେ ୩୭୦୩ ଜଣ ମତଦାତା ଅଛନ୍ତି I ୧୩ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତ ରେ ୧,୬,୧୦,୧୩ ୱାର୍ଡ ରୁ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ,୧୧ ଓ ୧୨ ନମ୍ବର ୱାର୍ଡ ରେ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିନାହାନ୍ତି I ଅବଶିଷ୍ଟ ୭ ଟି ୱାର୍ଡରେ ୧୬ ଜଣ ପ୍ରତି ଦ୍ୱନ୍ଦୀ ଅଛନ୍ତି I ୩ ଜଣ ସରପଞ୍ଚ ୩ ଜଣ ସମିତି ସଭ୍ୟ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି I ସେହିପରି ନଂପୁଟ ପଞ୍ଚାୟତ ରେ ସରପଞ୍ଚ ପାଇଁ ୪ ସମିତି ସଭ୍ୟ ପାଇଁ ୩ ଜଣ ପ୍ରାର୍ଥୀ ହୋଇଛନ୍ତି I ୧୨ ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତ ରେ ୧,୫ ଓ ୭ ନମ୍ବର ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ରହିଥିବାବେଳେ ବାକି ୯ ଟି ୱାର୍ଡ ରେ ୧୯ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି I ୨୮୬୯ ଜଣ ଭୋଟର ୧୨ ଟି ବୁଥ ରେ ନିଜର ମତଦାନ ସାବ୍ୟସ୍ତ କରିବେ ବୋଲି ଜଣା ପଡିଛି I ଅନ୍ୟତମ ପଞ୍ଚାୟତ ତୋମIଣ୍ଡରେ ସରପଞ୍ଚ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି I ସେଠାରେ ପ୍ରତିଦ୍ବନ୍ଦିତା କରୁଥିବା ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ସରପଞ୍ଚ ଙ୍କ ସ୍ତ୍ରୀ I ଗୋଟିଏ ପରିବାରରୁ ୨ ଜଣ ପ୍ରାର୍ଥୀ ହୋଇଥିବାବେଳେ ଜଣେ ଡ଼ମୀ ପ୍ରାର୍ଥୀ ମୈଦାନ ରେ ଅଛନ୍ତି ଇ ସମିତି ସଭ୍ୟ ପଦରେ ଏହି ୪ ଜଣ ମୁହାଁମୁହିଁ ହେବେ I ଏମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବତ୍ତନ ସରପଞ୍ଚଙ୍କ ପତ୍ନୀ ଥିବାବେଳେ ଅନ୍ୟ ଦୁଇ ଜଣ ନବାଗତ I ୭୨୬୦ ମତଦାତାଙ୍କୁ ନେଇ ଗଠିତ ଏହି ପଂଚାୟତରେ ୮ ଓ ୧୧ ନମ୍ବର ରେ କେହି ପ୍ରାର୍ଥୀ ହୋଇନାହାଁନ୍ତି I ଅବଶିଷ୍ଟ ୧୨ ପଦ ନିମନ୍ତେ ୩୭ ଜଣ ଆସାୟୀଙ୍କ ମଧ୍ୟରେ ମୁକାବିଲା ଜୋରଦାର ହେବ I ଏଠାରେ ୧୪ ଟି କେନ୍ଦ୍ରରେ ମତଦାନ ହେବ I

Leave A Reply

Your email address will not be published.