ପଞ୍ଚାୟତ ନିର୍ବାଚନ ରେ ଏସ.ଏଚ.ଜି.ଙ୍କ ଭୂମିକା ହେବ ନିର୍ଣ୍ଣାୟକ

21

ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ନଜର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ଇ ତେଣୁ ମହିଳା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରାୟ ପ୍ରମୁଖ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଲାଗି ପଡିଛନ୍ତି । ଚଳିତ ନିର୍ବାଚନରେ ଏହାର ଝଲକ ଦେଖିବା ପାଇଁ ମିଳିଛି । କାରଣ ଏହି ଗୋଷ୍ଠିରେ ଥିବା ୭୦ ଲକ୍ଷ ମହିଳାଙ୍କ ଭୋଟ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ହେବ ଇ ରାଜ୍ୟରେ ଏବେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଥିବାବେଳେ ,ସେଥିରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟI ରହିଛନ୍ତି I ଆଉ ଏମାନେ ସମସ୍ତେ ହେଉଛନ୍ତି ମତଦାତା I ଏହା ବାଦ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରହିଛନ୍ତି I ତେଣୁ ଏହି ଏସ.ଏଚ.ଜି ଗୋଷ୍ଠୀ ର ମହିଳା ମାନଙ୍କୁ ନିଜ ପଟକୁ ଆଣି ସମସ୍ତ ଦଳ ନିର୍ବାଚନୀ ବୈତରଣୀ ପାର କରିବାକୁ ଉଦ୍ୟମ ଚାଲିଛନ୍ତି ଇ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛନ୍ତି ସରପଞ୍ଚ ଓ ଜିଲ୍ଲା ପରିଷଦ ପାର୍ଥୀ ଇ ଏହି ଏସ.ଏଚ.ଜି ଗୋଷ୍ଠୀ ର ମହିଳା ମାନେ ଗୋଷ୍ଠିଦ୍ୱାରା କେବଳ ଆତ୍ମନିର୍ଭର ହୋଇ ନାହାନ୍ତି ଏମାନେ ସମସ୍ତେ ଡିଜିଟାଲ ସଚେତନ ମଧ୍ୟ I ତେଣୁ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଡିଜିଟାଲ ପ୍ରଚାର ମାଧ୍ୟମରେ ସେମାନଙ୍କର ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଇ ତେଣୁ ଗାଁ ଗହଳ ରେ ପ୍ରାର୍ଥୀମାନେ ପ୍ରଥମେ ଏହି ମହିଳା ଗୋଷ୍ଠୀଙ୍କୁ ମନେଇବାକୁ ପ୍ରାଥମିକତା ଦେଉଛନ୍ତି ଇ ଚଳିତ ନିର୍ବାଚନରେ ସର୍ବାଧିକ ମହିଳା ପ୍ରାର୍ଥୀ ମୈଦାନ କୁ ଓଲ୍ହାଇଥିବା ବେଳେ ଅନେକ ସ୍ଥାନରେ ସେମାନଙ୍କ ପଛରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କର ସମର୍ଥନ ରହିଛି I ସେହିଭଳି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟମାନେ ବିଭିନ୍ନ ଦଳ ର ସମର୍ଥନରେ ପାର୍ଥୀ ହୋଇଛନ୍ତି ଇ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ପ୍ରଥମେ ପ୍ରାର୍ଥୀ ମାନଙ୍କୁ ପରଖୁ ଛନ୍ତି I ସେହିଭଳି କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ କହିଛନ୍ତି ଚଳିତ ନିର୍ବାଚନ ରେ ଦଳ ନୁହେଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦବୁ ବୋଲି ମତ ଦେଇଛନ୍ତି I ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ଏଥିରେ ସନ୍ଦେହ ନାହିଁ I

Leave A Reply

Your email address will not be published.