ପଞ୍ଚାୟତ ନିର୍ବାଚନ କଟକଣା କୋହଳ: ୩ ଶହରେ ସଭା, ୨୦ ଜଣରେ ଘରକୁ ଘର ବୁଲି ପ୍ରଚାର

19

ରାଜ୍ୟରେ ଗତ କିଛି ଦିନ ଧରି କରୋନା ଗ୍ରାଫ ତଳମୁହାଁ ହେଉଛି I ପଞ୍ଚାୟତ ନିର୍ବାଚନ କୁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ, ନିର୍ବାଚନ ପାଇଁ କୋଭିଡ କଟକଣା କୋହଳ ନେଇ ଆଜି ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହାସହ ରାଜନୈତିକ ସଭା ସମିତି କୁ ଅନୁମତି ମିଳିଛି ।
ଖବର ଅନୁଯାୟୀ, ନିର୍ବାଚନ କମିଶନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡଲାଇନ୍ ଅଣାଯାଇଛି ।ପଞ୍ଚାୟତ ନିର୍ବାଚନ ପାଇଁ ୩୦୦ ଜଣଙ୍କୁ ନେଇ ସଭା ସମିତି ଏବଂ ପୂର୍ବରୁ ଥିବା ୫ ଜଣ ବଦଳରେ ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ ।ଏଥିସହିତ କୋଭିଡ୍ ଗାଇଡଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ପୂର୍ବପରି ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରଖାଯାଇଛି । ଏ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍‌ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ତେବେ ଏହି ସମୀକ୍ଷା ବୈଠକରେ ଆଉଟ ଡୋର ମିଟିଙ୍ଗକୁ ମଧ୍ୟ ନିର୍ବାଚନ କମିଶନ ଅନୁମତି ପ୍ରଦାନ କରିଛନ୍ତି ।
ଏହାବାଦ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ୮୦, ୯୦% ପୁଲିଂ ଷ୍ଟାଫଙ୍କୁ ପ୍ରିକସନାରି ଡୋଜ ଦିଅସରିଛି। ଅନ୍ୟମାନଙ୍କୁ ଆସନ୍ତା ୨ ଦିନରେ ଦିଆଯିବ। ଏହାବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କି ଅଧିକାଂଶ ଜିଲ୍ଲାରେ ସରିଯାଇଛି। ଅନ୍ୟ ଜିଲ୍ଲାରେ ଆସନ୍ତା ୨ ଦିନରେ ଶେଷ ହେବ । ସୂଚନାନୁସାରେ ଚଳିତ ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି I

Leave A Reply

Your email address will not be published.