ରାଜନୀତି ପାଇଁ ବିବାହ କରିବେ ନାହିଁ ସରପଞ୍ଚ ପ୍ରାର୍ଥିନୀ, ଠାକୁରଙ୍କ ପାଖରେ ନେଲେ ଶପଥ

19

ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ସରଗରମ ହୋଇ ଉଠିଛି I ନିର୍ବାଚନ ଲଢେଇ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହେଉଛି I ଏହା ସହିତ ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀ ମାନେ ପ୍ରାଣପଣେ ଲାଗିଛନ୍ତି I କେଉଁଠି ସାଇକେଲରେ ଯାଇ ସ୍ୱାମୀ ସ୍ତ୍ରୀ ପ୍ରଚାର କଲେଣି ତ କିଏ ପୁଣି ଭିକ୍ଷା ମାଗି ସେହି ପଇସାରେ ପୋଷ୍ଟର ଛପି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି I ସେହିଭଳି ଏକ ନିଆରା ପ୍ରଚାର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଇନ୍ଦଳା ପଞ୍ଚାୟତରେ । ପଞ୍ଚାୟତରେ ୩ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ସେମାନଙ୍କ ଭିତରୁ ଜଣେ ପ୍ରାର୍ଥୀନୀ ହେଉଛନ୍ତି ୨୨ ବର୍ଷୀୟ ଲାବଣ୍ୟ ମଲ୍ଲିକ I ସେ ଘରକୁ ଘର ବୁଲି ପ୍ରଚାର କରିବା ବେଳେ ଜଣେ ଯୁବ ମହିଳା ପ୍ରାର୍ଥୀଙ୍କୁ କାହିଁକି ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଛନ୍ତି କାହିଁକିଙ୍କୁ ଗାଁ ଲୋକେ ଭୋଟ୍ ଦେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କାରଣ ଲାବଣ୍ୟ ସରପଞ୍ଚ ହେବା ପରେ ବିବାହ କରି ଶାଶୂ ଘରକୁ ପଳାଇଲେ କେମିତି ହେବ ଗାଁର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ତେବେ ଭୋଟ ଭିକ୍ଷା ବେଳେ ନିଜ ସପକ୍ଷରେ ଲାବଣ୍ୟ କହିଛନ୍ତି କି ମୁଁ ଗାଁର ଝିଅ, ସରପଞ୍ଚ ରେ ଜିତିଲେ ୫ ବର୍ଷ ପାଇଁ ବିବାହ କରିବି ନାହିଁ ।ଏହା ସହିତ ସେ ଠାକୁ ରଙ୍କ ନିକଟରେ ଶପଥ ମଧ୍ୟ ନେଇଛନ୍ତି I

Leave A Reply

Your email address will not be published.