ମାଘ ପୂର୍ଣ୍ଣିମା ଦିନ କଣ କରିବେ

18

ଧାର୍ମିକ ମାନ୍ୟତା ଅନୁସାରେ କାର୍ତ୍ତିକ ମାସ ପରି ମାଘ ମାସକୁ ମଧ୍ୟ ଧର୍ମ ମାସ ବୋଲି କୁହାଯାଇଥାଏ ଇ ଏହି ମାସ ରେ ମଧ୍ୟ ପିତୃଶାନ୍ତି,ଦାନ ଧର୍ମ, ବିବାହ ,ବ୍ରତ ,ଗୃହ ପ୍ରବେଶ ଭଳି ଶୁଭ କର୍ମ ମାନ କରାଯାଇଥାଏ ଇ ମାଘ ମାସ ର ସପ୍ତମୀ ଏବଂ ମାଘ ପୂର୍ଣ୍ଣମୀର ବିଶେଷ ମହତ୍ତ୍ୱ ରହିଛି ଇ ଏହିମାସ ମାଘ ପୂର୍ଣ୍ଣମୀ ଫେବୃଆରୀ ୧୬ ତାରିଖ ବୁଧୁବାର ପଡୁଛି I ଏହି ଦିନ ଉପବାସ, ଜପ,ହୋମ ଏବଂ ପୂଜା କରିବା ବିଶେଷ ଲାଭ ଦେଇଥାଏ I ଏହି ମାଘ ପୂର୍ଣ୍ଣିମା ଦିନ ଏକ ବିଶେଷ ସଂଯୋଗ ହେବାକୁ ଯାଉଛି I ଏଥର ଅଶ୍ଲେ ଷI ନକ୍ଷତ୍ର ଏବଂ କର୍କଟ ରେ ମିଶୁଛି I ଏହି ସମୟରେ ଆସନ୍ତୁ ଜାଣିବା ମାଘ ପୂର୍ଣ୍ଣିମା ରେ କଣ କରାଯିବ କଣ ନୁହେଁ I

  • ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାଘ ପୂର୍ଣ୍ଣିମା ଦିନ ସକାଳେ ବେଶୀ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ I ଏମିତି ହେଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ I
  • ଏହି ଦିନ ସକାଳେ ଜଲ୍ଦି ଉଠି ଘରକୁ ପରିସ୍କାର କରନ୍ତୁ ଘରର ଝରକା ସବୁ ଖୋଲା ରଖନ୍ତୁ I
  • ଏହି ଦିନ କଳା ପୋଷାକ ପିନ୍ଧନ୍ତୁ ନାହିଁ ଏବଂ ଘରେ କୌଣସି ଝଗଡ଼ାଝାଟି କରନ୍ତୁ ନାହିଁ I
  • ଏହି ଦିନ ନଖ ଓ ଛୁଟି କାଟନ୍ତୁ ନାହିଁ I ଏହା ବ୍ୟତୀତ ଘରର ଗୁରୁଜନ ମାନଙ୍କୁ ଅବମାନନା କରନ୍ତୁ ନାହିଁ କାରଣ ଏହା କରିବା
    ଦ୍ୱାରା ପିତୃ ଦୋଷ ଲାଗିଥାଏ I ଏବଂ ଜୀବନରେ ଅନେକ ସମସ୍ୟା ଆସିଥାଏ I
  • ଏହି ଦିନ ପର ନିନ୍ଦା,କାହାକୁ ଅପମାନିତ,ଓ କୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ଦୁରେଇ ରୁହନ୍ତୁ ଇ ଯଦି ପି[କୁରୁଛନ୍ତି ଘରେ ହୋମ କରାଇ ନିଅନ୍ତୁ ଘରେ ସକାରାତ୍ମକ ବାତାବରଣ ରହିବ I
  • -ସ୍ନାନ କରିବା ପରେ ସୂର୍ଯ୍ୟ ମନ୍ତ୍ର ପାଠ କରିବାବେଳେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ I
  • -ସ୍ନାନ କରିବା ପରେ ପ୍ରଭୁ ମଧୁସୂଦନଙ୍କୁ ପୂଜା କରନ୍ତୁ I
  • ଗରିବ ଏବଂ ବ୍ରାହ୍ମଣମାନଙ୍କୁ ଖାଦ୍ୟ ଏବଂ ଦାନ ଦକ୍ଷିଣI ଦିଅନ୍ତୁ I
  • -ଦାନ ସାମଗ୍ରୀ ରେ କଳା ରାଶି ବିଶେଷ ଭାବରେ ଦାନରେ ଦାନ କରନ୍ତୁ I
  • -ପିତୃପୁରୁଷଙ୍କୁ କଳା ତିଳ ତର୍ପଣ କରନ୍ତୁ I
Leave A Reply

Your email address will not be published.