ଲତା ମଙ୍ଗେସକର ଙ୍କ ବିୟୋଗ ରେ ରାଷ୍ଟ୍ରପତିଙ୍କ ସହିତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

16

ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ଲତା ଦିଦି ! ୨୯ଦିନ ହେଲା ଭେଣ୍ଟିଲେଟରରେ ରହି ଚିକିତ୍ସିତ ଥିଲେ ଲତା ମଙ୍ଗେସକର ।ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ସ୍ୱର ଅମର ରହିବ । ଏହିପରି କଳାକାର ଶତାବ୍ଦୀରେ ଥରେ ଜନ୍ମ ହୁଅନ୍ତି । ଲତା-ଦିଦି ଜଣେ ଅସାଧାରଣ ମଣିଷ ଥିଲେ । କଳାରେ ପରିପୂର୍ଣ୍ଣ ଥିଲେ ଲତା ମଙ୍ଗେସକର । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଶୋକ ପ୍ରକାଶ

ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ସ୍ୱର ଅମର ରହିବ । ଏହିପରି କଳାକାର ଶତାବ୍ଦୀରେ ଥରେ ଜନ୍ମ ହୁଅନ୍ତି । ଲତା-ଦିଦି ଜଣେ ଅସାଧାରଣ ମଣିଷ ଥିଲେ । କଳାରେ ପରିପୂର୍ଣ୍ଣ ଥିଲେ ଲତା ମଙ୍ଗେସକର । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶୋକ
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଲତାଙ୍କ ବିୟୋଗରେ ଟ୍ୱିଟ୍‍ କରି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ କରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ମୁଁ ଏପରି ଖବର ଶୁଣି ବୁହୁତ ଦୁଃଖିତ । ଲତା ଦିଦି ଆମକୁ ଛାଡି ଚାଲିଯାଇଛନ୍ତି । ସର୍ବଦା ଲତା ଦିଦିଙ୍କଠାରୁ ଅପାର ସ୍ନେହ ପାଇଛି । ତାଙ୍କ ସହ ମୋର ସବୁ ସ୍ମୃତି ମନେରହିବ ।ସେ ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା ପୂରଣ କେହି କରିପାରିବେ ନାହିଁ ବୋଲି ମୋଦି କହିଛନ୍ତି ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକପ୍ରକାଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ନବୀନ ଟ୍ୱିଟ୍ କରି କହିଛନ୍ତି, ମେଲୋଡି କୁଇନ୍ ଅଫ୍ ଇଣ୍ଡିଆଙ୍କ ପରଲୋକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ ଚିରକାଳ ପାଇଁ ନିଜର ଗୀତ ପାଇଁ ଆମ ମଧ୍ୟରେ ବଞ୍ଚି ରହିବେ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଶୋକ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଏହାକୁ ଦେଶ ପାଇଁ ଏକ ବଡ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସେ ଡାକ୍ତରଖାନାରେ ମଧ୍ୟ ପହଞ୍ଚିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶୋକ
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍‍ କରି ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ସେ ଅନେକ ଦଶନ୍ଧି ଧରି ଭାରତର ସବୁଠାରୁ ପ୍ରିୟ ଗାୟୀକା ଥିଲେ । ତାଙ୍କର ସୁବର୍ଣ୍ଣ ସ୍ୱର ଅମର ଏବଂ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ସବୁବେଳ ଅମର ରହିବେ । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ବୋଲି ରାହୁଲ କହିଛନ୍ତି ।
କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଶୋକ
ଲତା ମଙ୍ଗେସକରଙ୍କ ବିୟୋଗରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଶୋକ ପ୍ରକାଶ କରିଛନ୍ତି । ନିଜ ଟ୍ୱିଟରରେ ଲତାଙ୍କ ପରଲୋକକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ସେ କହିଛନ୍ତି ଏମିତି ଏକ ସ୍ୱର ଯାହା ବିଶ୍ୱର କୋଟିକୋଟି ଲୋକଙ୍କୁ ଖୁସି ଦେଇଥିଲା । ସେ ସ୍ୱର ଆଜି ନୀରବି ଯାଇଛି

Leave A Reply

Your email address will not be published.