ବିଜେଡି ର ଡିଜିଟାଲ ପ୍ରଚାର ପ୍ରସ୍ତୁତି

17

ଆଗକୁ ପଞ୍ଚାୟତ ନିର୍ବାଚନ, ଏଥିପାଇଁ ସରଗରମ ଗାଁ ରାଜନୀତି । ୨୦୧୭ ପଞ୍ଚାୟତ ନିର୍ବାଚନରେ କଡା ଟକ୍କର ସାମ୍ନା କରିଥିବା ବିଜେଡି ଚଳିତ ପଞ୍ଚାୟତ ନିର୍ବାଚନକୁ ପୂରା ଦମରେ ଲଢୁଛି । ନୂଆ ରଣନୀତିରେ ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରିଛି ଦଳ । ଫେସବୁକ, ହ୍ୱାଟସଆପ ଗ୍ରୁପ, ଟ୍ୱିଟର ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରୁଛି ବିଜେଡି । ଏଥିପାଇଁ ବିଜେଡିର ମହିଳା, ଯୁବ, ଛାତ୍ର ଟିମକୁ ଡିଜିଟାଲ ପ୍ରଚାରର ଦାୟିତ୍ୱ ଦିଆଯାଇଛି । ବିଜେଡି ବିରୋଧରେ ହେଉଥିବା ଅପପ୍ରଚାର ଓ ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ପୁରା ଜୋସରେ କାମ କରୁଛି ବିଜେଡି ଟିମ୍ । ସେପଟେ ମୈଦାନ ରେ ପ୍ରତ୍ୟକ୍ଷ ପ୍ରଚାର ପାଇଁ ବହୁ ହେଭିୱେଟ ଓହ୍ଲାଇସାରିଲେଣି I ତେବେ ଅଢେଇ ବର୍ଷ ମଧ୍ୟରେ ଗାଁ ରେ ପାଦ ପକେଇ ନ ଥିବା ନେତା ମାନେ ଅନେକ ଜାଗାରେ ହଟହଟା ହେଉଛନ୍ତି I
ସେପଟେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା କୋହଳ ହୋଇଥିଲେ ବି ଓଡିଶାରେ ପଞ୍ଚାୟତ ନିର୍ବାଚନ ପାଇଁ କୋଭିଡ ନିୟମ ବଳବତ୍ତର ରହିଛି । ତେଣୁ କୋଭିଡ କଟକଣା ଭିତରେ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଏକ ବଡ ମାଧ୍ୟମ ସାଜିଛି ।

Leave A Reply

Your email address will not be published.