ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ୪ ନେତା ନିଲମ୍ବିତ ନେଇ ନିର୍ଦ୍ଦେଶ ଦେଲେ ବିଧାୟକ

18

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡ଼ିରୁ ୪ ନେତା ନିଲମ୍ବିତ। ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଳଗଡ଼ ଗ୍ରାମ ପଞ୍ଚାୟତର ବିଜେଡ଼ି ସଭାପତି ଅଞ୍ଜନ କୁମାର ନାୟକଙ୍କୁ ସମସ୍ତ ପଦ ପଦବୀରୁ ନିଲମ୍ବନ କରାଯାଇଛି। ସେହିପରି କୋରାଇ ବ୍ଲକ ସମ୍ପାଦକ ତଥା ଗୋଳେଇପୁର ଗ୍ରାମ ପଞ୍ଚାୟତର କାର୍ତ୍ତିକ ଚନ୍ଦ୍ର ସାହୁ, ମୁଳାପାଳ ଗ୍ରାମ ପଞ୍ଚାୟତର ସଞ୍ଜିବ କୁମାର ନାୟକ ଓ ଧନେଶ୍ଵର ଗ୍ରାମ ପଞ୍ଚାୟତର ପ୍ରକାଶ କୁମାର ମାଝୀଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି।

କୋରାଇ ବିଧାୟକ ଅଶୋକ ବଳଙ୍କ ନିର୍ଦ୍ଦେଶକ୍ରମେ କୋରାଇ ବ୍ଲକ ବିଜେଡ଼ି ସଭାପତି ଭକ୍ତବତ୍ସଳ ସ୍ବାଇଁ ଏମାନଙ୍କୁ ନିଲମ୍ବିତ କରିଛନ୍ତି। ଦଳୀୟ ନିର୍ଦ୍ଦେଶ ଅବମାନନା କରୁଥିବା ବିଶୃଙ୍ଖଳିତ କର୍ମୀ ଓ ନେତାଙ୍କ ବିଜୁ ଜନତା ଦଳରେ କୌଣସି ସ୍ଥାନ ନାହିଁ ବୋଲି ବ୍ଲକ ସଭାପତି

Leave A Reply

Your email address will not be published.