ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଲସ୍କର ଆତଙ୍କୀ ନିହତ

17

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି I କାଶ୍ମୀର ଜୋନ୍ ପୋଲିସର ସୂଚନା ଅନୁଯାୟୀ, ଏନକାଉଣ୍ଟର ଶ୍ରୀନଗରର ଜକୁରା ଅଞ୍ଚଳରେ ହୋଇଛି I ସୁରକ୍ଷା କର୍ମୀଙ୍କ ଏହି ଗୁଳିବିନିମୟରେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ପାଇଁ ଭାରତରେ କାମ କରୁଥିବା ୨ ଆତଙ୍କବାଦୀ ଆ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରଣ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏହାପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ଭୋରରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ରେ ନିହତ ହୋଇଥିବା ଏହି ୨ ଜଣ ଆତଙ୍କବାଦୀ ଲସ୍କର ଇସାରାରେ କାମ କରୁଥିଲେ ବୋଲି ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ ଅନନ୍ତନାଗରେ ହେଡ୍ କନେଷ୍ଟବଳ ଅଲ୍ଲୀ ମହମ୍ମଦଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲେ । ଗତ ଶନିବାର ଆତଙ୍କବାଦୀମାନେ ଜମ୍ମୁକାଶ୍ମୀର ଅନନ୍ତନାଗ ବିଜବେହରାରେ ହେଡ୍ କନେଷ୍ଟବଳ ଅଲ୍ଲୀ ମହମ୍ମଦଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.