ପଞ୍ଚାୟତ ନିର୍ବାଚନ ମୈଦାନ ରେ କଂଗ୍ରେସ ର ସ୍ଥିତି କେଉଁଠି

17

ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ରାଜ୍ୟରେ ନିର୍ବାଚନୀ ପାଣିପାଗ ସରଗରମ ହୋଇ ରହିଛି I ତିନି ପ୍ରମୁଖ ଦଳ ନିଜ ନିଜ ଭିତରେ ବଳ କଷାକଷି ଆରମ୍ଭ କରିଦେଇଛନ୍ତି I ଭୋଟର ଙ୍କ ପାଖକୁ କିଏ କେଉଁ ପ୍ରସଙ୍ଗ ନେଇଯିବ ଭୋଟ ମାଗିବାକୁ କିଏ କାହା ବିରୁଦ୍ଧରେ କେତେ ବିଷୋଉଦ୍ଗIର କରିବ ତାକୁ ନେଇ ପ୍ରସ୍ତୁତି ଚାଲିଛି I ତେବେ ପଞ୍ଚାୟତ ନିର୍ବାଚନର ତାରିଖ ଯେତେ ଯେତେ ପାଖକୁ ପାଖକୁ ଆସୁଛି ନେତା ଓ ପ୍ରାର୍ଥୀଙ୍କ ନିଦ ହଜୁଛି I ଦେଖିବାକୁ ଗଲେ ଅନ୍ୟ ଦୁଇ ଦଳ ଅପେକ୍ଷା ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହୋଇପଡ଼ିବା ସହ ଗୋଷ୍ଠୀ କନ୍ଦଳରେ ବୁଡ଼ି ରହିଛି । ଏହା ମଧ୍ୟରେ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କୁ ଦଳ ତରଫରୁ ଅର୍ଥ ମିଳୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗତ ୨୦୦୭ ପଞ୍ଚାୟତ ନିର୍ବାଚନରେ ଦଳ ୩୦୩ଟି, ୨୦୧୨ରେ ୧୨୯ଟି ଓ ୨୦୧୭ରେ ୬୦ଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା । ଯଦି କଂଗ୍ରେସର ଏଭଳି ସ୍ଥିତି ଜାରି ରୁହେ, ତେବେ ୨୦୨୨ରେ ଦଳ କେତେ ହାତେଇବ ତାହା ହିସାବ କରିବା ଆଦୌ କଷ୍ଟକର ହେବନାହିଁ । ଅନ୍ୟପଟେ ବଲାଙ୍ଗିର ସଦରରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଗାଁ ଗାଁ ବୁଲି ଜିଲା ପରିଷଦ ପ୍ରାର୍ଥୀଙ୍କ ପ୍ରଚାର ଚଳାଇଛନ୍ତି। ସେମାନଙ୍କୁ ଜିତାଇ ଆଣିବାକୁ ଭୋଟରଙ୍କୁ ଅନୁରୋଧ କରୁଛନ୍ତି। ସେମାନଙ୍କ ପ୍ରାର୍ଥୀ ବିଜୟୀ ହେଲେ ଅଞ୍ଚଳର ବିକାଶ ହେବ ବୋଲି ଦ୍ୱାହି ଦେଉଛନ୍ତି ତେବେ ୨୦୨୨ ରେ କଂଗ୍ରେସର ସ୍ଥିତି ସୁଧାରିବାକୁ ହେଲେ ଗତ ୨୦୧୯ର ନିର୍ବାଚନୀ ରଣ କୌଶଳ ଆପଣେଇବାକୁ ପଡିବ I କିନ୍ତୁ ଏହି ରଣ କୌଶଳ ପାଇଁ ଦଳରେ ବଡ଼ ମୁଣ୍ଡି ଆଉ ନାହାନ୍ତି ,ସେମାନେ ସମୟ ସୁବିଧା ଦେଖି ଦଳ ଡିଆଁ ନୀତି ଆପଣେଇ ସାରିଛନ୍ତି I ତେଣୁ
ବର୍ତ୍ତମାନ ରାଜ୍ୟରେ ବିଜେଡି ଓ ବିଜେପି କୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସର ସେପରି ସ୍ଥିତି ନ ଥିଲେ ମଧ୍ୟ ଉପକୂଳ ଅଂଚଳ ରେ କଂଗ୍ରେସ ର ପତିଆରା ରହିଛି ।

Leave A Reply

Your email address will not be published.