ଭିଜିଲାନ୍ସ ପଞ୍ଝାରେ ମଞ୍ଚେଶ୍ୱର ଥାନା ଏଏସଆଇ

17

ଭିଜିଲାନ୍ସ ହାତରେ ଧାରା ପଡିଲେ ମଞ୍ଚେଶ୍ୱର ଥାନା ଏସଏସଆଇ I ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, ଜଣେ ଖାଦ୍ୟ ବ୍ୟବସାୟୀଙ୍କୁ ମିଛ କେଶରେ ଫସାଇବାର ଧମକ ଦେଇ ସେ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା। ଭିଜିଲାନ୍ସ ଟିମ୍ ତାଙ୍କୁ ଗତକାଲି ର଼େଡ୍ ହ୍ୟାଣ୍ଡ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା । ତେବେ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.