ଆଜି ବସନ୍ତ ପଞ୍ଚମୀ, ପ୍ରଥା ଅନୁଯାୟୀ ହେବ ରଥକାଠ ଅନୁକୂଳ

19

ଆଜି ପବିତ୍ର ବସନ୍ତ ପଞ୍ଚମୀ I ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ମା’ ସରସ୍ୱତୀ। ବିଧି ଅନୁସାରେ ବସନ୍ତ ପଞ୍ଚମୀରେ ସରସ୍ୱତୀ ମନ୍ଦିରରେ ପାଞ୍ଜି ପୂଜା କରାଯାଏ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ହେବ । ନୟାଗଡ଼ ବନଖଣ୍ଡରୁ ଆସିଥିବା କIଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁୁଖରେ ରଖାଯିବ। ଆଜି ସନ୍ଧ୍ୟାରେ ପୂଜା ପାଠ କରାଯିବ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ସ୍ରୋତୀୟ ବ୍ରାହ୍ଣଣଙ୍କ ଦ୍ୱାରା ମାଆ ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥଖଳାରେ ୩ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ଣଣମାନେ ବନ୍ଦାପନା ସହ ପୂୂଜା କରିବେ।
ଅନ୍ୟପଟେ ମାଦଳା ପାଞ୍ଜିରେ ବର୍ଣ୍ଣିତ ଅନୁଯାୟୀ, ୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗ ଭୀମଦେବ ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀରେ ଫଗୁ ଚାଚେରୀ ଉତ୍ସବ ପ୍ରଚଳନ କରାଇଥିଲେ। ଏହି ଅବସରରେ ସେ ୩୦ମାଢ଼ ସୁନା ଖଞ୍ଜା କରାଇଥିଲେ । ମାଘ ଶୁକ୍ଳ ପଞ୍ଚମୀରେ ଶ୍ରୀଜୀଉମାନେ ଶୀତ ପାଇଁ ଯେଉଁ ଘୋଡ଼ବସ୍ତ୍ର ପରିଧାନ କରିଥାନ୍ତି ତାହା କଢ଼ାଯାଇ ଜାମା ଲାଗି ବସ୍ତ୍ର ପିନ୍ଧାଯାଏ । ଏହି ଦିନ ସେମାନେ ସୁବର୍ଣ୍ଣର ନଳିଭୁଜ, ଆଡ଼କାନି, ତଡ଼କି, ତିଳକ, ଚନ୍ଦ୍ରିକା, କୁଣ୍ଡଳ, ଓଡ଼ିଆଣୀ, ଚନ୍ଦ୍ର-ସୂର୍ଯ୍ୟ ଓ ଘାଘଡ଼ାମାଳିରେ ମଣ୍ଡିତ ହୋଇ ବାଚେରୀ ବେଶରେ ଦର୍ଶନ ଦିଅନ୍ତି ।

Leave A Reply

Your email address will not be published.