ବଜେଟ୍ ୨୦୨୨ :ଆୟକର ଦାତାଙ୍କ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

16

ବଜେଟ୍ ୨୦୨୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କୃଷକ ଏବଂ ଛାତ୍ରମାନଙ୍କ ବିଷୟରେ ଅନେକ ବଡ଼ ଘୋଷଣା କରିଛନ୍ତି। ଆୟକର ନିୟମ ଉପରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଆୟକର ନିୟମରେ ପ୍ରମୁଖ ସଂସ୍କାର କରାଯିବ। ସେ କହିଛନ୍ତି ଯେ ୨ ବର୍ଷ ମଧ୍ୟରେ ଟିକସଦାତା ଅପଡେଟ୍ ରିଟର୍ଣ୍ଣ ଦାଖଲ କରିବାର ସୁଯୋଗ ପାଇବେ। ସେହିଭଳି ଆଇଟି ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ମହଲତ ଦିଆଯାଇଛି। ତେବେ ଆୟକର ମୌଳିକ ସୀମା ଛାଡ ଉପରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେଣୁ ବାର୍ଷିକ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦାତାଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ହେଲେ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡିବ । ତେବେ ଅଢେଇ ଲକ୍ଷରୁ ୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ୫ ପ୍ରତିଶତ ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ବର୍ଗ ପାଇଁ ଭିନ୍ନ ଭିନ୍ନ ଆୟକର ରହିଛି । ଅନ୍ୟପଟେ କର୍ମଚାରୀଙ୍କ ପେନସନରେ ଟିକସ ଛାଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିବେ, ତେବେ ତାକୁ ମଧ୍ୟ ସୁଧାରି ପାରିବେ। ଆୟକର ଦାଖଲରେ ଦିବ୍ୟାଙ୍ଗଙ୍କୁ ରିହାତି ମିଳିବ ବୋଲି ଘୋଷଣା କରାଯାଇଛି।

Leave A Reply

Your email address will not be published.