ବଜେଟ୍ ୨୦୨୨ : କୃଷକମାନଙ୍କ ପାଇଁ ଅର୍ଥମନ୍ତ୍ରୀ ଙ୍କ ବଡ଼ ଘୋଷଣା,ଚାଷୀଙ୍କୁ ମିଳିବ ଡିଜିଟାଲ ସେବା

0 103

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଦେଶର ବଜେଟ୍ ଉପସ୍ଥାପନ କରୁଛନ୍ତି ଯେଉଁଥିରେ ସେ କୃଷକମାନଙ୍କ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କ୍ଷୁଦ୍ର ଚାଷୀ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ସୃଷ୍ଟି କରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ସହିତ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ୨୦୨୨-୨୩ରେ ପ୍ରୟାସ କରାଯାଇଇଛି। ପ୍ରଥାମିକ ସୂଚନା ଅନୁଯାୟୀ, ଏବେ ଠାରୁ ଦେଶରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରାଯିବ। ସେହିପରି ଚାଷୀମାନଙ୍କୁ ୨.୩ ଲକ୍ଷ କୋଟି ଟଙ୍କା ଏମଏସପି ଆକାରରେ ଦିଆଯିବ। ଫସଲ ନୀରିକ୍ଷଣ ଓ ରକ୍ଷାଣବେକ୍ଷଣ ପାଇଁ ଡ୍ରୋନର ବ୍ୟବହାର କରାଯିବ। ଜମିର ଡିଜିଟାଲ କରଣ ମୂଲ୍ୟାଙ୍କନ ମଧ୍ୟ ଡ୍ରୋନ ଦ୍ୱାରା କରାଯିବ। ଏହାବାଦ ଡ୍ରୋନ ଦ୍ୱାରା କୀଟନାଶକ ପ୍ରୟୋଗ କରାଯିବାର ବ୍ୟବସ୍ଥା ହେବ।

-ଗଙ୍ଗା କୂଳରେ ବସବାସ କରୁଥିବା ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ।

-ଉନ୍ନତ ଫଳ ଏବଂ ପନିପରିବା ଚାଷ କରୁଥିବା ଚାଷୀଙ୍କୁ ସାହାଯ୍ୟ କରାଯିବ।

-ଏମଏସପି ଉପରେ ଚାଷୀମାନଙ୍କଠାରୁ ରେକର୍ଡ କ୍ରୟ କରାଯିବ।

Leave A Reply

Your email address will not be published.