ଖସୁଛି ସଂକ୍ରମଣ :ଗତ ୨୪ଘଣ୍ଟା ମଧ୍ୟରେ ୩୦୮୬ ସଂକ୍ରମିତ ଚିହ୍ନଟ ,୧୭ ମୃତ

17

ରାଜ୍ୟରେ ଧୀରେ ଧୀରେ କରନା ସଂକ୍ରମଣ କମି କମି ଚାଲିଛି I ଜୋରଦାର ଟୀକାକରଣ ଓ କୋଭିଡି ଗାଇଡ଼ ଲାଇନ କୁ କଡାକଡି ପାଳନ ଯୋଗୁଁ ତୃତୀୟ ଲହରର ସଂକ୍ରମଣ ଅଧିକ ଆଗେଇ ପରି ନାହିଁ I ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୦୮୬ ସଂକ୍ରମିତ ଚିହ୍ନଟ । ଶୂନରୁ ୧୮ବର୍ଷ ମଧ୍ୟରେ ୪୫୪ ଚିହ୍ନଟ । ସଙ୍ଗରୋଧରୁ ୧୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୮୯ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୮୨, ବାଲେଶ୍ୱର ୭୬, ବରଗଡ ୩୬, ଭଦ୍ରକ ୭୭, ବଲାଙ୍ଗୀର ୭୬, ବୌଦ୍ଧ ୧୬, କଟକ ୩୨୫, ଦେବଗଡ ୬୯, ଢେଙ୍କାନାଳ ୭୧, ଗଜପତି ୬୩, ଗଞ୍ଜାମ ୪୬, ଜଗତସିଂହପୁର ୭୪, ଯାଜପୁର ୧୪୯, ଝାରସୁଗୁଡା ୬୯, କଳାହାଣ୍ଡି ୭୭, କନ୍ଧମାଳ ୨୪, କେନ୍ଦ୍ରାପଡା ୪୯, କେନ୍ଦୁଝର ୩୯, କୋରାପୁଟ ୪୪, ମାଲକାନଗିରି ୩୦ ମୟୂରଭଞ୍ଜ ୧୦୯, ନବରଙ୍ଗପୁର ୮୪, ନୟାଗଡ ୧୧୦, ନୂଆପଡା ୧୦୬, ପୁରୀ ୪୨, ରାୟଗଡା ୪୦, ସମ୍ବଲପୁର ୭୫, ସୋନପୁର ୩୫, ସୁନ୍ଦରଗଡ ୨୧୬ ଓ ଷ୍ଟେଟପୋଲରୁ ୧୨୫ ଚିହ୍ନଟ ହୋଇଛନ୍ତି । ତେବେ ୪୨ହଜାର ୯୮ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି । କଟକରୁ ୪ ଜଣ, ଖୋର୍ଦ୍ଧା ଓ ପୁରୀରୁ ୨ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.