ଆଜି ଦିନ ୧୧ ଟାରେ ହେବ ସାଧାରଣ ବଜେଟ ଉପସ୍ଥାପନ: ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସଂସଦ ର ବୈଠକରେ ପହଁଚିଲେ ଅର୍ଥମନ୍ତ୍ରୀ

17

ବଜେଟ୍ ୨୦୨୨ ଲାଇଭ୍ ଅପଡେଟ୍: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ -୨୦୨୨ -୨୩ ଉପସ୍ଥାପନ କରିବେ I ଏହା ହେଉଛି ମୋଦୀ ସରକାରଙ୍କ ଦଶମ ବଜେଟ୍। ଆଜି ଉପସ୍ଥାପିତ ହେବାକୁ ଥିବା ଏହି ବଜେଟରେ ପୁରା ଦେଶର ନଜର ରହିଛି। କୋଭିଡ -୧୯ ମହାମାରୀର ତୃତୀୟ ଲହର ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଏହି ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକ ଏହି ବଜେଟରୁ ଅନେକ ଆଶା କରନ୍ତି | ଏହି ସାଧାରଣ ବଜେଟ୍ ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଆର୍ଥିକ ନୀତିର ଦିଗ ନିର୍ଣ୍ଣୟ କରିବ। ସକାଳ ୧୧ ଟାରୁ ସଂସଦରେ ଉପସ୍ଥାପିତ ହେବାକୁଥିବା ସାଧାରଣ ବଜେଟ ପାଇଁ ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍‌ କେସ୍‌ ସହ ନର୍ଥ ବ୍ଲକ୍‌ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ସାକ୍ଷାତ କରିବା ପରେ ୧୦ଟା ବେଳେ ନିର୍ମଳା ବଜେଟ୍‌ ବ୍ରିଫ୍‌ କେସ୍‌ ସହ ସଂସଦର ପହଞ୍ଚିଛନ୍ତି। ଏହା ପରେ ସଂସଦ ଭବନରେ କେନ୍ଦ୍ରୀୟ କ୍ୟାବିନେଟ୍‌ର ବୈଠକ ହୋଇଛି । ଏଥିରେ ବଜେଟ୍‌କୁ ଔପଚାରିକ ମଞ୍ଜୁରୀ ଦିଆଯିବ। ଏହାପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍‌ ବଜେଟ୍‌ ଉପସ୍ଥାପନ କରିବେ।

Leave A Reply

Your email address will not be published.