ସଂସଦର ପ୍ରଥମ ବଜେଟ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

15

ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବୃଆରୀ ୧୧ ଯାଏଁ ପ୍ରଥମ,ଏବଂ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ ଚାଲିବ I ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସରକାରଙ୍କ ଉପଲବ୍ଧି ଓ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି ଆସନ୍ତା ୨୫ ବର୍ଷକୁ ଆଖିରେ ରଖି କାମ କରୁଛନ୍ତି ସରକାର । ଏହାବାଦ ଟୀକାକରଣ ଉପରେ ଗୁରୁତ୍ତ୍ଵ ଦେଇ କହିଛନ୍ତି ଭାରତରେ ପ୍ରସ୍ତୁତ ଭ୍ୟାକସିନ୍ ସାରା ବିଶ୍ୱକୁ ମହାମାରୀ ମୁକ୍ତ କରିବା ଓ କୋଟି କୋଟି ଲୋକଙ୍କ ଜୀବନ ବଂଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି । ବର୍ତମାନ ସୁଦ୍ଧା ଦେଶରେ ୯୦ ପ୍ରତିଶତରୁ ଅଧିକ ବୟସ୍କ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଲାଣି । ୭୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ନେଇ ସାରିଲେଣି । ଏହା ସହ ରାଷ୍ଟ୍ରପତି କହିଛନ୍ତି, ସରକାର କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ସରକାର ରେକର୍ଡ ଉତ୍ପାଦନକୁ ଲକ୍ଷ୍ୟରେ ରଖି ରେକର୍ଡ କ୍ରୟ କରିଛନ୍ତି । ସରକାରଙ୍କ ପ୍ରୟାସରେ ଦେଶର କୃଷି ଉତ୍ପାଦନ ରେକର୍ଡ ସ୍ତରରେ ପହଂଚିଛି । ଜନଔଷଧି କେନ୍ଦ୍ରରୁ ଲୋକଙ୍କୁ ସୁବିଧା ମିଳିପାରୁଛି । ୮ହଜାର ଜନଔଷଧି କେନ୍ଦ୍ରରେ କମ୍ ଖର୍ଚ୍ଚରେ ଔଷଧ ମିଳୁଛି । ବିଶ୍ୱର ୧୮୦ଦେଶକୁ ଭାରତୀୟ ଫାର୍ମା ଔଷଧ ଯୋଗାଉଛି ।
ସେହିପରି ଭାରତ ଟେକ୍ନୋଲୋଜି ସେବାକୁ ମଧ୍ୟ ଗୁରୁତ୍ତ୍ଵ ଦେଉଛି ଏହି ବିଷୟରେ ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ମୂଲ୍ୟ ସର୍ବନିମ୍ନ ରହିଛି । ଯାହାଦ୍ୱରା ଭାରତର ଯୁବ ପିଢ଼ି ମାନେ ଏଥିରୁ ବହୁତ ଲାଭବାନ ହେଉଛନ୍ତି । ତିନି ତଲାଖକୁ ନେଇ ମଧ୍ୟ ଗୃହରେ ରାଷ୍ଟ୍ରପତି ତାଙ୍କର ବିବୃତି ରଖିଛନ୍ତି । ତିନ ତଲାକକୁ ଅପରାଧ ବୋଲି ଘୋଷଣା କରି ସରକାରଙ୍କ ଭଲ ପଦକ୍ଷେପ ନେଇଛନ୍ତି । ସମାଜକୁ ଏହି ମନ୍ଦ ଅଭ୍ୟାସରୁ ଦୂରେଇଛନ୍ତି ସରକାର । ମହିଳା ସଶକ୍ତିକରଣ ସରକାରର ଏକ ପ୍ରମୁଖ ପ୍ରାଥମିକତା ରହିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସ୍ ଫୋର୍ସରେ ମହିଳା ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ଦ୍ୱିଗୁଣିତ ହୋଇଛି।
ଶ୍ରମିକଙ୍କ ପାଇଁ ସରକାର ଇ-ପୋର୍ଟାଲ ଆରମ୍ଭ କରିଛନ୍ତି । ଗରିବଙ୍କ ଗରିମା ବଢାଇବା ଲକ୍ଷ୍ୟରେ ସରକାର । ଡିଜିଟାଲ ଇକୋନୋମି ଲାଗି ସରକାର ପ୍ରଯତ୍ନଶୀଳ । ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ଯାଏଁ ବଢାଯାଇଛି । ଚାଷୀଙ୍କୁ ଆହୁରି ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ । କ୍ଷୁଦ୍ର ଚାଷୀଙ୍କ ଉପରେ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍ ଦେଇଛନ୍ତି ସରକାର। ବର୍ଷା ଜଳ ସଂରକ୍ଷଣ ନେଇ ଦ୍ରୁତ ଗତିରେ କାମ ଚାଲୁଛି । ଅଟଳ ଭୂଜଳ ଯୋଜନାରେ ୬୪ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନ ଲକ୍ଷ ରହିଛି । ୨କୋଟିରୁ ଅଧିକ ଲୋକଙ୍କୁ ପକ୍କାଘର ମିଳିଛି ।
ସେହିପରି ନୂଆ ଶିକ୍ଷାନୀତି ଉପରେ ଗୁରୁତ୍ତ୍ୱାଦେଇ କହିଛନ୍ତି ନୂଆ ଶିକ୍ଷାନୀତିରେ ଆତ୍ମନିର୍ଭରତା ବଢିଛି । ୧୯ଟି ଇଞ୍ଜିନିୟରିଂ ରଲେଜରେ ୬ଟି ଭାଷାରେ ପାଠପଢା ହେଉଛି । ପୂରା ଦେଶରେ ଗ୍ରାମାଞ୍ଚଳ ସଡକ ନିର୍ମାଣ କାମ ଦ୍ରୁତଗତିରେ ଚାଲିଛି । ସଡକ ଦ୍ୱାରା ଭାରତ ର ବିକାଶର ନୂଆ ରାସ୍ତା ଫିଟିଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.