ନାବାଳକ ର ବେପରୁଆ ଗାଡିଚାଳନା : ୫ ମୃତ

17

ଜଣେ ନାବାଳକର ବେପରୁଆ ଗାଡିଚାଳନା ଯୋଗୁଁ ଫୁଟପାଥ ଉପରେ ବସିଥିବା ୫ ମହିଳା ଶ୍ରମୀକଙ୍କର ଶୋଚନୀୟ ମୃତ୍ୟୁ ହୋଇଚଛି I ଏପରି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର କରୀମନଗରରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ରବିବାର ସକାଳେ କରୀମନଗରର ଏକ ରାସ୍ତାରେ କିଛି ଶ୍ରମିକ ବସିଥିଲେ । ସେମାନଙ୍କୁ କାର୍ ଧକ୍କା ଦେଇଥିଲା । ଏପରିକି ଶ୍ରମିକଙ୍କ ଉପରେ କାରଟି ଚଢି ଯାଇଥିଲା । ଏଥିରେ ଜଣେ ଯୁବତୀଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି ।
ପୋଲିସର କହିବାନୁସାରେ, ପୋଲିସ୍ ର କହିବାନୁସାରେ, ଏହି ଘଟଣା ସକାଳ ପ୍ରାୟ ୬ଟା ୫୦ ମିନିଟ୍ ରେ ଘଟିଛି । ତେବେ ଏହି ଅଞ୍ଚଳରେ ସକାଳ ସମୟରେ କୁହୁଡ଼ି ଥିବା କାରଣରୁ ଆଖି ମନ୍ଥିବା ସମୟରେ ଷ୍ଟିୟରିଂ ଉପରୁ ନାବାଳକଟିର ନିୟନ୍ତ୍ରଣ ହଟିଯାଇଥିଲା ।
କରୀମନଗର ପୋଲିସ ଅଧିକାରୀଙ୍କ କହିବାନୁସାରେ, କାରକୁ ଜଣେ ନାବାଳକ ଚଳାଉଥିଲା । ସେ ବ୍ରେକ୍ ବଦଳରେ ଆକ୍ସିଲେଟର ଚାପି ଦେଇଥିଲେ । ତେଣୁ ୪ ମହିଳାଙ୍କୁ ସେ ଚାପି ଦେଇଥିଲେ । କାରରେ ତାଙ୍କର ଆଉ ୨ ଜଣ ନାବାଳକ ସାଙ୍ଗ ବି ଥିଲେ । ଦୁର୍ଘଟଣାପରେ ୩ ଜଣ ନାବାଳକ କାର୍ ଛାଡି ଫେରାର ହୋଇଯାଇଥିଲେ ବୋଲି ଅଧିକାରୀଜଣଙ୍କ କହିଛନ୍ତି । ଏହା ବ୍ୟତୀତ ଆହୁରି ଦୁଇଜଣ ଗଭୀର ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଘଟଣାସ୍ଥଳରୁ ପୋଲିସ କର ଟିକୁ ଜବତ କରିବା ସହିତ ଚାଳକଙ୍କ ଅନୁସନ୍ଧାନରେ ଅଛି I

Leave A Reply

Your email address will not be published.