ଇତିହାସ ରଚିଲେ ରାଫେଲ ନାଡାଲ, ବର୍ଷର ପ୍ରଥମ ଅଷ୍ଟ୍ରେଲିଆ ଓପନ ଜିତି ହାସିଲ କଲେ ୨୧ ତମ ଗ୍ରାଣ୍ଡସ୍ଲାମ

15

ପ୍ରଖ୍ୟାତ୍‌ ଟେନିସ ଖେଳାଳି ରାଫେଲ ନାଡାଲ ବର୍ଷର ପ୍ରଥମ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରିଚଛନ୍ତି। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ରୁଷର ଡାନିଲ ମେଦଭେଦେଭଙ୍କୁ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିାଲରେ ୨-୬, ୬-୭, ୬-୪, ୬-୪, ୭-୫ରେ ହରାଇଛନ୍ତି। ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା।
ଏହି ମ୍ୟାଚ୍ ପୂର୍ବରୁ ନାଡାଲ୍ ସ୍ୱିଜରଲ୍ୟାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର୍ ଓ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କ ସହ ଯୁଗ୍ମ ଭାବେ ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ।। ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଏବଂ ସ୍ଵିଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇ ଦେଇଛନ୍ତି। ଫେଡେରର ଏବଂ ଜୋକୋଭିକ୍ ସମାନ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି।

ମେଦଭେଦେଭ ପ୍ରଥମ ଦୁଇଟି ସେଟ୍‌କୁ ୬-୨, ୭-୬ରେ ଜିତି ଅଗ୍ରଣୀ ହାସଲ କରିଥିଲେ। ତେବେ ନାଡାଲ ଦମଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍‌ ୬-୪, ୬-୪ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏଥିରେ ନାଡାଲ ନିଜ ଅଭିଜ୍ଞତା ବଳରେ ୭-୫ରେ ଜିତି ଟାଇଟଲ୍ ନିଜ ନାମରେ କରିଛନ୍ତି।

ନାଡାଲଙ୍କ ଏହି ଚମତ୍କାର ପ୍ରତ୍ୟାବର୍ତ୍ତନକୁ କ୍ରିକେଟ୍ ଜଗତ ମଧ୍ୟ ଅଭିବାଦନ ଜଣାଇଛି । ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଠାରୁ ବିରେନ୍ଦ୍ର ସେହୱାଗ, ଭିଭିଏସ ଲକ୍ଷ୍ମଣ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରି ଭେଟେରାନ କ୍ରିକେଟରଙ୍କ ପର୍ଯ୍ୟନ୍ତ ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ନାଡାଲଙ୍କ ପ୍ରଶଂସାରେ ସଚିନ ତେନ୍ଦୁଲକର ଟ୍ୱିଟରରେ ଲେଖିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଚମତ୍କାର । ଅତିକମରେ ଏହାକୁ ଆଶ୍ଚର୍ଯ୍ୟଜନକ କୁହାଯାଇପାରେ । ୨ ସେଟରୁ ଫେରିବା ଏବଂ ୨୧ତମ ଗ୍ରାଣ୍ଡସ୍ଲାମ ଜିତିବା ଅବିଶ୍ୱସନୀୟ । ଅଭିନନ୍ଦନ ରାଫେଲ ନାଡାଲ

Leave A Reply

Your email address will not be published.