ଫେବୃଆରୀ ୩ ରୁ ପୁଣି ବର୍ଷା ସମ୍ଭାବନା

15

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବୃଆରୀ ୩ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି I ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଥଣ୍ଡା-ଶୁଷ୍କ ବାୟୁ ପ୍ରଭାବରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ରହିବ। ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତଳେ ରହିବ। ୩୧ ତାରିଖରୁ ରାତି ତାପମାତ୍ର ବଢ଼ିବ ଓ ଶୀତ କମିବ। ଅନ୍ୟପକ୍ଷରେ ରାଜ୍ୟରେ ଏବେ ଜୋର ଶୀତ ହେଉଛି। ଗତକାଲି ରାତିରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୬.୨ ଡିଗ୍ରୀ ରହିଥିଲା। ସେହିପରି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, ଝାରସୁଗୁଡ଼ା ୭.୬, ସୋନପୁରରେ ୭.୯, ବୌଦ୍ଧରେ ୮.୫, ଭବାନୀପାଟଣା ଓ କୋରାପୁଟ ୯, ବଲାଙ୍ଗିର ୯.୫ ଏବଂ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୧୧.୨ ଓ ୧୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ଏବେ ପ୍ରବଳ ଶୀତ ଯୋଗୁଁ ୧୪ ଟି ସହରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି I ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ।

Leave A Reply

Your email address will not be published.