ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ପ୍ୟାଂଟ୍ରିକାରରେ ଅଗ୍ନିକାଣ୍ଡ

18

ମହାରାଷ୍ଟ୍ରରୁ ପୁରୀ ଫେରୁଥିବାବେଳେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ରେ ଅଗ୍ନିକାଣ୍ଡ ଘଟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଜି ଦିନ ୧୦ଟା ୩୦ରେ ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ଟ୍ରେନର ଥିବା ପ୍ୟାଂଟ୍ରି କାରରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଟ୍ରେନରୁ ପ୍ୟାଂଟ୍ରି କାରକୁ ଅଲଗା କରାଯାଇଥିଲା । ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଂଚି ନିଆଁକୁ ଆୟତ କରିଥିଲେ । ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ତେବେ ଏକାଧିକ ଏସି ବଗି ଅଗ୍ନିକାଣ୍ତ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଏସି ବଗିରେ ଧୂଆଁ ପ୍ରବେଶ କରିଯିବାରୁ ଲୋକଙ୍କୁ କାଚ ଭାଙ୍ଗି ବାହାରକୁ ଅଣା ଯାଇଛି।ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ଟ୍ରେନରେ ୨୨ଟି କୋଚ୍ ମଧ୍ୟରୁ ୧୩ ତମ କୋଚରେ ପ୍ୟାଂଟ୍ରି କାର ରହିଥିଲା । ଅଗ୍ନିକାଣ୍ଡ ପରେ ଦିନ ପାଖାପାଖି ୧୨ଟା ୧୦ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ଦେଖିବାକୁ ମିଳିଛି I

Leave A Reply

Your email address will not be published.