ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

16

ଭିଜିଲାନ୍ସ ଜାଲ ରେ ପଡିଛନ୍ତି ଜଣେ କୋଟିପତି ଶିକ୍ଷକ Iଚାକିରିରେ ନିୟମିତ ହେବାକୁ ୬ ବର୍ଷ ହୋଇନାହିଁ, କିନ୍ତୁ ଶିକ୍ଷକଙ୍କ ସମ୍ପତ୍ତି ୪ କୋଟି ୭୩ ଲକ୍ଷରୁ ଅଧିକ ଟଙ୍କା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଶିକ୍ଷକ ଜଣକ ହେଉଛନ୍ତି ରାୟଗଡା ବିଇଓ ଅଫିସରେ କାର୍ଯ୍ୟରତ ଶିଶିର ସେମେଲି । ରାୟଗଡା ନୂଆପଡା ଛକରେ ତାଙ୍କର ପ୍ରାୟ ୧.୬୦ କୋଟି ଟଙ୍କାର ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ସାଢେ ୪ କୋଟି ରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି। ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। । ଜବତ ସମ୍ପତ୍ତି ଭିତରେ ରହିଛି ନଗଦ ୨.୮୮ ଲକ୍ଷ ଟଙ୍କା, ୪୦୮ ଗ୍ରାମ ସୁନା, ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧.୬୮ ଲକ୍ଷ ବ୍ୟାଙ୍କ ଜମା, ଗୋଟିଏ ଇନୋଭା, ଗୋଟିଏ ବୋଲେରୋ ପ୍ରମୁଖ ରହିଛି।ଅଧିକ ।

Leave A Reply

Your email address will not be published.