ରାଜଧାନୀରୁ କ୍ରାଇମବ୍ରାଞ୍ଚ ହାତରେ ବନ୍ଧା ହେଲେ ଜମତରା ଗ୍ୟାଙ୍ଗ ର ୩ ସଦସ୍ୟ

18

କ୍ରାଇମବ୍ରାଞ୍ଚ ସାଇବର ଟିମ୍ ହାତରେ ଧରା ପଡ଼ିଛନ୍ତି ଭୁବନେଶ୍ୱର ରୁ ୩ ଜମତରା ଗ୍ୟାଙ୍ଗ୍ ର ସଦସ୍ୟ । । ଝାଡଖଣ୍ଡରେ ଥାଇ ଗ୍ୟାଙ୍ଗକୁ ଅପରେଟ କରୁଥିବା ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ଜମତରା ଗ୍ୟାଙ୍ଗ୍ ର ସଦସ୍ୟ ମାନେ ଓଡିଶା ସମେତ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ଆକାଉଣ୍ଟ ଖାଲି କରିବାରେ ଉସ୍ତାଦ ଥିଲେ I

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ୍ ରାଜ୍ୟରେ ସାଇବର ଲୁଟ୍ ସହ ସଂପୃକ୍ତ ଥିଲେ । କେଓ୍ବାଇସି ଅପଡେଟ୍ ନାଁରେ ଏମାନେ ଲୋକଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିଲେ । ତେବେ ଏ ନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ତନାଘନା ଚଳାଇଥିଲା । ଶେଷରେ ଏହି ଗ୍ୟାଙ୍ଗ୍ ର ୩ ଜଣ ସଦସ୍ୟଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । କ୍ରାଇମବ୍ରାଞ୍ଚ ସୂଚନାରୁ ଜଣାପଡିଛି ଜମତରା ଗ୍ୟାଙ୍ଗ୍ ରେ ସାଇବର ଏକ୍ସପର୍ଟଙ୍କ ସମେତ ବହୁ ଶିକ୍ଷିତ ଲୋକ ଏଥିରେ ସମ୍ପୃକ୍ତ ରହିଛନ୍ତି I ଅଭିନବ ଉପାୟରେ ଆଖି ପିଛୁଳାକେ ୟୁପିଆଇ ଫ୍ରଣ୍ଡ, କ୍ରେଡିଟ କାଡ ଫ୍ରଡ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇ ଆକାଉଣ୍ଟ ଖାଲି କରିଦିଅନ୍ତି Iଓଡ଼ିଶାର ୬ଟି ଜାଗାରୁ ଏହି ସାଇବର ଲୁଟେରା ତାଙ୍କ ଗ୍ୟାଙ୍ଗ କୁ ଅପରେଟ କରୁଛନ୍ତି। ପୂର୍ବରୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ଜାମତରା ଗ୍ୟାଙ୍ଗ ସଦସ୍ୟ । ଏବେ ରାଜଧାନୀରୁ ୩ ଜଣ ଠାବ ହେବା ପରେ ତାଙ୍କ ସହ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.