ଆଜିଠାରୁ ଶୁକ୍ର ହେଉଛନ୍ତି ମାର୍ଗୀ :ଏହି ରାଶିମାନଙ୍କର ଭାଗ୍ୟ ବଦଳିବ, ଜାଣନ୍ତୁ ଆପଣଙ୍କ ରାଶି କଣ କହୁଛି

17

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ପଥ ମାର୍ଗୀ ହେଲେ ଅପେକ୍ଷାକୃତ ଅଧିକ ଶୁଭ ହୋଇଥାଏ । ଗ୍ରହ ମାନଙ୍କର ର ଓଲଟା ଚଳନକୁ ବକ୍ରୀ କୁହା ଯାଉ ଥିବାବେଳେ I ଯେତେବେଳେ କୌଣସି ଗ୍ରହ ସିଧା ଗତିରେ ରାଶି ପରିବର୍ତ୍ତନ କରେ, ତାହାକୁ ମାର୍ଗୀ କୁହାଯାଏ I ସେହିପରି ଜାନୁଆରୀ ୨୯ ଦିନ ୨.୧୪ ମିନିଟ ରୁ ଶୁକ୍ର ମାର୍ଗୀ ହୋଇ ଧନୁ ରାଶିରେ ପ୍ରବେଶ କରିବେ I ଆସନ୍ତୁ ସମସ୍ତ ରାଶି ଉପରେ କଣ ପ୍ରଭାବ ରହୁଛି ଜାଣିବା :

ମେଷ: ଶୁକ୍ର ଭାଗ୍ୟ ସ୍ଥାନରେ ଗୋଚର ହେଉଛନ୍ତି I ଯେଉଁ କାରଣରୁ ଭାଗ୍ୟ ବୃଦ୍ଧି , ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ , ଆର୍ଥିକ ଅବସ୍ଥା ଉନ୍ନତ ହେବ, ଧାନ ସମ୍ବନ୍ଧୀୟ ମାମଲାରେ ଶୁଭଙ୍କର ପ୍ରମାଣିତ ହେବ I

ବୃଷ: ଶୁକ୍ରଙ୍କ ଗୋଚର କାଳରେ ହଠାତ୍ ଧନଲାଭ ଯୋଗ ରହିଛି I ବ୍ୟବସାୟରେ ଆର୍ଥିକ ଅଗ୍ରଗତି ହେବ I ପାରିବାରିକ ଆର୍ଥିକ ସମସ୍ୟା ଦୂର ହେବ ଇ କେଉଁଠି ଅଟକି ଯାଇଥିବା ଧନ ହଠାତ ମିଳିପାରେ I

ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ଚାକିରିରେ ଅଗ୍ରଗତିର ଏକ ସୁଯୋଗ ରହିବ | ଆର୍ଥିକ ସ୍ଥିତି ସୁଦୃଢ ରହିବ I ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ I ଆର୍ଥିକ ଲକ୍ଷ୍ୟ ପୂରଣ ହେବ I

କର୍କଟ: ପ୍ରତିଯୋଗୀ ଛାତ୍ରମାନେ ସଫଳତା ପାଇବାର ସମ୍ଭାବନା I ଶତ୍ରୁମାନଙ୍କର ଚାଲ ବିଫଳ ହେବ I ବ୍ୟବସାୟରେ ଆର୍ଥିକ ସଫଳତା ହାସଲ କରିବେ I

ସିଂହ : ଆର୍ଥିକ ଯୋଜନା ସଫଳ ହୋଇପାରେ I ଉଦ୍ଧାର ଟଙ୍କା ଫେରସ୍ତ ହେବ I ଚାକିରିରେ ଆୟ ବୃଦ୍ଧି ପାଇବ I

କନ୍ୟା : ଏହି ରାଶିର ଲୋକମାନେ ସ୍ଥାବର ସମ୍ପତ୍ତି କିଣିବେ I ପରିବାର ସଦସ୍ୟଙ୍କଠାରୁ ଆର୍ଥିକ ସହାୟତା ମିଳିବ I ବ୍ୟବସାୟରେ ଦୈନିକ ଆୟ ବୃଦ୍ଧି ପାଇବ I

ତୁଳା : ଶୁକ୍ରର ଗତି ପରିବର୍ତ୍ତନ କରିବା ଦ୍ୱାରା ତୁଳା ରାଶି ବ୍ୟକ୍ତିଙ୍କର ପରାକ୍ରମ ବୃଦ୍ଧି ପାଇବ I ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନେ ଶୁକ୍ର ଦେବଙ୍କ କୃପାରୁ ତାହା ପୂରଣ ହେବ I ଚାକିରିରେ ଆସୁଥିବା ବାଧା ଦୂର ହେବ I ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ I

ବିଛା: ଶୁକ୍ରର ରାଶିର ପରିବର୍ତ୍ତନ ହେତୁ ତୁଳା ରାଶି ବ୍ୟକ୍ତିମାନେ ଲାଭାନ୍ବିତ ହେବେ I ସ୍ଥାବର ସମ୍ପତି କିଣିପାରନ୍ତି I କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ I

ଧନୁ :ଧନୁ ରାଶିରେ ଶୁକ୍ରଙ୍କ ପ୍ରବେଶ ହେତୁ ଅର୍ଥନୈତିକ ସମୃଦ୍ଧତା ଆସିବ I କାର୍ଯ୍ୟରେ ସଫଳତାର ସିଡ଼ି ଚଢ଼ିବେ I ଅର୍ଥ ରୋଜଗାର କରିବାର ସୁଯୋଗ ମଧ୍ୟ ମିଳିବ I

ମକର: ଶୁକ୍ର ଙ୍କର ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବିଶେଷ ଶୁଭପ୍ରଦ ନୁହେଁ I ଅତ୍ୟଧିକ ବ୍ୟୟଭାର ବୃଦ୍ଧି ପାଇବ I ଆର୍ଥିକ ବିବାଦ ଦେଖାଦେଇ ପାରେ I ଦୈନିକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ ଇ

କୁମ୍ଭ: ଶୁକ୍ର ମାର୍ଗୀ ହେଲେଏହି ରାଶି ପାଇଁ ଲାଭଦାୟକ ପରିସ୍ଥିତି ଆଣିବେ I ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ I ତରତର ହୋଇ କୌଣସି ଆର୍ଥିକ ନିଷ୍ପତ୍ତି ନ ନେଲେ ବହୁତ ଭଲ I

ମୀନ : କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ I ଚାକିରିରେ ସଫଳତାର ସମ୍ଭାବନା ଅଛି I ଆର୍ଥ ରୋଜଗାର କରିବାର ନୂତନ ସୁଯୋଗ ମିଳିବ I ଶୁକ୍ର ଙ୍କର ଗୋଚର ସମୟରେ ଦେବୀ ଲକ୍ଷ୍ମୀ ଏବଂ ବିଷ୍ଣୁ ଦେବଙ୍କ ଉପାସନା କରନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ ।

Leave A Reply

Your email address will not be published.