ଭାରତ ବାୟୋଟେକ୍ ପ୍ରସ୍ତୁତ ବୁଷ୍ଟର ଡୋଜ୍ ନାକରେ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ

22

କରୋନାର ଡବଲ୍ ଡୋଜ୍ ପରେ ବରିଷ୍ଠ ନାଗରିକ ଏବଂ ସମ୍ମୁଖ ଯୋଦ୍ଧା ମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି। ଏହି ବୁଷ୍ଟର ଡୋଜ୍ କୁ ବର୍ତ୍ତମାନ ଇଞ୍ଜେକ୍ସନ ପରିବର୍ତ୍ତେ ନାକରେ ଦିଆଯାଇ ପାରିବ। ଭାରତ ବାୟୋଟେକର ଇଂଟ୍ରାନାଜାଲ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଅନୁମତି ଦେଇଛି ଡିସିଜିଆଇ। କୋଭାକ୍ସିନ ଓ କୋଭିସିଲ୍ଡର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ଇଂଟ୍ରାନାଜାଲ ବୁଷ୍ଟର ଡୋଜ ନେଇପାରିବେ ।ଡିସେମ୍ବରରେ ଭାରତ ବାୟୋଟେକ୍ କୋଭିଡ୍ ଟିକାର ବୁଷ୍ଟର ଡୋଜ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରିଥିଲା । ତେବେ ଏହି ଇଂଟ୍ରାନାଜାଲ ବୁଷ୍ଟର ଡୋଜ କୁ ୯ଟି ଭିନ୍ନ ଭିନ୍ନ ସ୍ଥାନରେ ଏହାର ଟ୍ରାଏଲ କରାଯିବ I

ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଏହି ଟିକା ପ୍ରଥମ ନାଜାଲ ଟିକା, ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଆବେଦନରେ ଭାରତ ବାୟୋଟେକ୍ ଡବଲ ଡୋଜ୍ ନେଇ ସାରିଥିବା ଲୋକଙ୍କ ନାକରେ ବୁଷ୍ଟର ଡୋଜ୍‌ର ପରୀକ୍ଷଣ କରିବାକୁ ପ୍ରସ୍ତାବ ଦେଇଥିଲା।

ଭାରତ ବାୟୋଟେକ୍ ମତରେ ଭ୍ୟାକ୍ସିନର ଡବଲ୍ ଡୋଜ୍ ନେଇ ସାରିଥିବା ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲ କରାଯିବ। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶରେ ଓମିକ୍ରନ ଭାରିଆଣ୍ଟ ମଧ୍ୟରେ ଏହି ଟିକା ବେଶ୍ ଫଳପ୍ରଦ ରହିପାରେ। କିଛି ରିପୋର୍ଟରେ ଦର୍ଶାଯାଇଛି ଯେ, ନାକରୁ ଦିଆଯିବାକୁ ଥିବା ଟିକା ଓମିକ୍ରନ ଭାରିଆଣ୍ଟରୁ ସୁରକ୍ଷା ଦେଇ ପାରିବ।
ନାଜାଲ ଭ୍ୟାକ୍ସିନ ନାକରେ ଦିଆଯାଉଥିବା ଏକ ଭ୍ୟାକ୍ସିନ। ବ୍ୟକ୍ତିଙ୍କ ନାକରେ ଭ୍ୟାକ୍ସିନର କିଛି ବୁନ୍ଦା ଦିଆଯାଇ ଏହାର ଟିକାକରଣ କରାଯାଏ। ଏଥିରେ ଇଞ୍ଜେକ୍ସନର ଆବଶ୍ୟକତା ପଡିନଥାଏ। ଏହା ଏକ ପ୍ରକାରର ନାଜାଲ ସ୍ପ୍ରେ ପରି ହୋଇଥାଏ। ଏହି ଭ୍ୟାକ୍ସିନର ଲକ୍ଷ୍ୟ ନାକ ଜରିଆରେ ଡୋଜ୍‌କୁ ନିଃଶ୍ଵାସ ରାସ୍ତା ପର୍ଯ୍ୟନ୍ତ ପହଞ୍ଚାଇବା। ଡାକ୍ତରଙ୍କ ମତରେ କୌଣସି ବି ଭାଇରସ୍ ସର୍ବ ପ୍ରଥମେ ନାକ ଜରିଆରେ ଆମ ଶରୀରରେ ପ୍ରବେଶ କରିଥାଏ। କରୋନା ମଧ୍ୟ ଆମ ଶରୀରରେ ପହଞ୍ଚିବାରେ ସବୁଠୁ ପ୍ରମୁଖ ରାସ୍ତା ହେଉଛି ନାକ। ଏମିତିରେ ଏହି ଭ୍ୟାକ୍ସିନ କରୋନାକୁ ଫୁସଫୁସ୍ କିମ୍ବା ଶରୀରର ଅନ୍ୟ ଅଙ୍ଗ ପର୍ଯ୍ୟନ୍ତ ଯିବାରେ ରୋକି ପାରିବ।

Leave A Reply

Your email address will not be published.