ବନ୍ଧା ହେଲା କେବିଏନ୍‌ ମୁଖିଆ ବୁବୁ ଜେନା

25

ଶେଷରେ ବନ୍ଧା ହେଲା ରକ୍ତ ଚରିତ୍ର ଗ୍ୟାଙ୍ଗ୍‌ (KBN)ର ମୁଖିଆ ବୁବୁ ଜେନା। ଗତ ଦୁଇ ମାସ ପୂର୍ବେ ରାଜଧାନୀରେ ରାତିଅଧରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଉଦେଶ୍ୟରେ ପୋଲିସ କୁ ଖୋଲା ଚାଲେଞ୍ଜ ଦେଇଥିଲେ ଏହି କେବିଏନ ସଦସ୍ୟ ମାନେ I ତେବେ ପୂର୍ବରୁ ଏହି ଗ୍ରୁପ ର ୯ ଜଣ ସଦସ୍ୟ କୁ ପୋଲିସ ବାନ୍ଧିଥିବାବେଳେ ଏହି ଗ୍ରୁପ ର ମୁଖିଆ କୁହାଯାଉଥିବା ବୁବୁ ଜେନା ଧରାପଡ଼ି ନ ଥିଲା I ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା ବୁବୁ। ଗତକାଲି ରାତିରେ ବୁବୁ ଜେନାଙ୍କୁ ଡେଲ୍‌ଟା ଅଞ୍ଚଳରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ତା ନିକଟରୁ ଖଣ୍ଡା ମଧ୍ୟ ଜବତ ହୋଇଛି। ପୂର୍ବରୁ ଘାଟିକିଆ ଅଞ୍ଚଳରୁ ବୁବୁ ଜେନାର ଖୋଲା ଜିପ୍‌କୁ ମଧ୍ୟ ଜବତ କରିଥିଲା ନୟାପଲ୍ଲୀ ଥାନା ପୋଲିସ। ବୁବୁ ଜେନାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଜାରି ରହିବI ସହିତ ତାର ଗଣ୍ଡମୁଣ୍ଡା ତାଳବଣିଆ ସ୍ଥିତ ଘରେ ପୋଲିସ ର ସ୍ୱତନ୍ତ୍ର ଟିମ୍‌ ଚଢାଉ କରିଥିଲା।

ରାତି ଅଧରେ ରାଜଧାନୀ ରାଜରାସ୍ତାରେ ମାରଣାସ୍ତ୍ର ବୁଲାଇ ଭୟାନକ ଭିଡିଓ ସୁଟିଂ କରି ଭାଇଗିରି ପାଇଁ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରୁଥିଲେ I ସୋସିଆଲ ମିଡିଆ ରୁ ଏ ମାନଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ ଦେଖିବା ପରେ ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା କମିଶନରେଟ୍‌ ପୋଲିସ। ଏହାପରେ ପୁଲିସ୍‌ ଗ୍ରୁପ୍‌ର ୯ ସଦସ୍ୟଙ୍କୁ ତୁରନ୍ତ ଗିରଫ କରିଥିବାବେଳେ ଶେଷରେ ଦୀର୍ଘ ୨ ମାସ ପରେ ପୁଲିସ୍‌ ହାତରେ ଧରା ପଡ଼ିଛି ବୁବୁ ।

Leave A Reply

Your email address will not be published.