କରୋନା ର ନୂଆ ପ୍ରଜାତି NeoCovକୁ ନେଇ ବଢ଼ିଲା ଚିନ୍ତା :ପ୍ରତି ୩ ଜଣଙ୍କ ମଧ୍ୟରୁ ହେବ ୧ ଙ୍କ ମୃତ୍ୟୁ ,ଚାଇନା ବୈଜ୍ଞାନିକଙ୍କ ଚେତାବନୀ

21

ନୂତନ କରୋନା ର ନୂଆ ପ୍ରଜାତି NeoCov ନେଇ ବଢ଼ିଲା ଚିନ୍ତା :ପ୍ରତି ୩ ଜଣଙ୍କ ମଧ୍ୟରୁ ହେବ ୧ ଙ୍କ ମୃତ୍ୟୁ ,ଚାଇନା ବୈଜ୍ଞାନିକଙ୍କ ଚେତାବନୀ
ଭାରତ ସମେତ ସମଗ୍ର ବିଶ୍ୱରେ କରୋନାଭାଇରସ୍ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀର ଶିକାର ହେଉଛନ୍ତି। ଅନେକ ଲୋକଙ୍କ ଜୀବନ ନେଇସାରିଲାଣି ଏହି ଭୂତାଣୁ । ତେବେ ଏସବୁ ଭିତର ଚୀନ୍‌ର ଜଣେ ବୈଜ୍ଞାନିକ କରୋନାର ଏକ ନୂଆ ଭାରିଆଣ୍ଟ ନେଇ ସୂଚନା ଦେଇଛନ୍ତି । NeoCov ନାମକ ଏହି ନୂଆ ଭାରିଆଣ୍ଟଟି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଛି ବୋଲି କହିଛନ୍ତି । ଉହାନ ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ, NeoCov ଭାଇରସ ବହୁତ ମାରାତ୍ମକ ସହ ସଂକ୍ରାମକ । ପୂର୍ବ ଭାରିଆଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ । ବାୟୁମଣ୍ଡଳରେ ଖୁବଶୀଘ୍ର ବ୍ୟାପିଯାଇଥାଏ । ଏପିରିକି ପ୍ରତି ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇପାରେ । ତେଣୁ ଏଥିପ୍ରତି ଆମକୁ ସତର୍କ ରହିବାକୁ ପଡିବ । କରୋନାର ଏହି ଭାରିଆଣ୍ଟ NeoCovଟି MERS-CoV ଭାଇରସ ସହିତ ଜଡିତ ରହିଛି । ଏହା ପ୍ରଥମେ ୨୦୨୧ ଓ ୨୦୧୫ରେ ପଶ୍ଚିମ ଏସିଆ ଦେଶରେ ଏହାର ପ୍ରକୋପ ଦେଖିବାକୁ ମିଳିଥିଲା ।

ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି କି, କରୋନା ଭାଇରସର NeoCov ଏବେ ଯାଏଁ କୌଣସି ଲୋକଙ୍କ ଠାରେ ଦେଖାଯାଇନାହିଁ । ଏହା ଦକ୍ଷିଣ ଆଫ୍ରିକାରେ ବାଦୁଡିଙ୍କ ଠାରେ ଦେଖାଯାଇଥିଲା । ବର୍ତ୍ତମାନ ଯାଏଁ କେବଳ ପଶୁମାନଙ୍କ ଠାରେ ଏହି ଭାଇରସ ଦେଖାଯାଇଛି ।

Leave A Reply

Your email address will not be published.