ପୁରୀ ନାବାଳିକା ଦୁଷ୍କର୍ମ ର ମୁଖ୍ୟ ଅଭିଯୁକ୍ତ ମହେଶ ଗିରଫ

18

ପୁରୀ ସହରରେ ୫ ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ନର ପିଶାଚ ମହେଶ ମହାନ୍ତି ଶେଷରେ ଗିରଫ ହୋଇଛି I ଅଭିଯୁକ୍ତ ମହେଶ ମହାନ୍ତି ପେସାରେ ଜଣେ ଅଟୋ ଚାଳକ ହୋଇଥିବାବେଳେ ନିଶାସକ୍ତ ହୋଇ ଏପରି କାଣ୍ଡ ଭିଆଇଥିଲା । ପୁରୀ-ଭୁବନେଶ୍ୱର ସୀମାରେ ମହେଶକୁ ଗିରଫ କରାଯାଇଥିବା ଜଣାପଡିଛି । ଗତ ରବିବାର ଦିନ ୫ ବର୍ଷର କୁନିଝିଅ କୁ ପଡୋଶୀ ଘରର ୩ ଉପରେ ନେଇ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ପୀଡ଼ିତା ନାବାଳିକାର ବାପା ଜଣେ ରାଜମିସ୍ତ୍ରୀ । ଯେଉଁ ଅଞ୍ଚଳରେ ନାବାଳିକାର ପରିବାର ଘର ଭଡ଼ା ନେଇ ରହୁଛନ୍ତି, ସେହି ଅଞ୍ଚଳରେ ପୂର୍ବରୁ ରହୁଥିଲା ଅଭିଯୁକ୍ତ । ଦୁଷ୍କର୍ମର ଶିକାର ହେବା ପରେ ଗୁରୁତର ହୋଇପଡ଼ିଥିଲା ନାବାଳିକା । ପ୍ରଥମେ ପୁରୀ ହସ୍ପିଟାଲ ଏବଂ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା ପୀଡ଼ିତା । ତେବେ ଗତକାଲି ସନ୍ଧ୍ୟାରେ ପୀଡ଼ିତାଙ୍କୁ କଟକ ଏସ୍ସିବିରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି I

Leave A Reply

Your email address will not be published.