ରାଜ୍ୟସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

14

ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଉତ୍ସବ ପାଳନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୋଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଉଥିଲେ । ପ୍ରଥମ ଥର ପାଇଁ ଭାଗ ନେଇଛନ୍ତି ବିଏସଏଫ ଯବାନ । ପରେଡକୁ ପରିଚାଳନା କରିଥିଲେ ଆଇପିଏସ ରୋହିତ ବର୍ମା ।

ସେହିପରି ପରେଡରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କର କୋଭିଡ କଟକଣା ନିୟମ ଅନୁଯାୟୀ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।ମହାତ୍ମାଗାନ୍ଧୀ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟଭି ଛାଉଣୀ କରାଯାଇଛି । ଏଥି ସହ ଗାନ୍ଧିମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା । ସେପଟେ ବିଧାନସଭା, ସଚିବାଳୟ ଓ କମିଶନରେଟ ଅଫିସ ବିଭିନ୍ନ ଆକୃତିରେ ସଜେଇ ହୋଇ ସନ୍ଧ୍ୟା ସମୟରେ ଅତି ମନୋରମ ଦିଶୁଛି I ଦୁଇଦିନ ଧରି ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପାଗ ମେଘୁଆ ଥିଲା I ଆଜି ସକାଳ ଠାରୁ କିନ୍ତୁ ପାଗ ସମ୍ପୂର୍ଣ୍ଣ ପରିସ୍କାର ରହିଛି ସୂର୍ଯ୍ୟଙ୍କ ର ସୁନେଲି କିରଣ ସହିତ ତାଳ ଦେଇ ଫର ଫର ଉଡୁଛି ତ୍ରିରଙ୍ଗା I ଜୟ ହିନ୍ଦ I

Leave A Reply

Your email address will not be published.