ଦେଶର ମୋଟ୍‌ ୧୨୮ ଜଣଙ୍କୁ ମିଳିବ ପଦ୍ମ ସମ୍ମାନ: ଓଡିଶାରୁ ପାଇବେ ୭ ଜଣ

17

ଆଜି ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଓଡ଼ିଶାରୁ ୭ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ। ସେହିପରି କ୍ରୀଡ଼ା କ୍ଷେତ୍ର ପାଇଁ ପାରା ଅଲମ୍ପିଆନ ପ୍ରମୋଦ ଭଗତ ଓ ଆଧ୍ୟାତ୍ମିକ କ୍ଷେତ୍ର ତଥା ସମାଜସେବା ପାଇଁ ବାବା ବଳିଆଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ବିଜ୍ଞାନ ଓ ବୈଷୟିକ ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାସ, କଳା କ୍ଷେତ୍ର ପାଇଁ ସ୍ୱନାମଧନ୍ୟା ଗାୟିକା ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି । ଏଥର ଦେଶର ମୋଟ୍‌ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ସେଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା କ୍ଷେତ୍ର ପାଇଁ ମହାରାଷ୍ଟ୍ରର ପ୍ରଭା ଆତ୍ରେ, ଶିକ୍ଷା ଓ ସାହିତ୍ୟ ପାଇଁ ମରଣୋତ୍ତର ଭାବେ ୟୁପିର ରାଧେଶ୍ୟାମ ଖେମକା I
ସେହିଭଳି ପ୍ରଶାସନିକ ସେବା ପାଇଁ ଭାରତର ପ୍ରଥମ ସିଡିଏସ୍‌ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ପବ୍ଲିକ ଆଫାୟାର୍ସ ପାଇଁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ଭାବରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ । ଅନ୍ୟପଟେ ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ,ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝାରିଆ, ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ସାଇରସ୍‌ ପୁନାଓ୍ୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ, ଆଥଲେଟ୍‌ ସୁମିତ ଅଣ୍ଟିଲ, ନୀରଜ ଚୋପ୍ରା, ବନ୍ଦନା କାଟରିଆଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ର ପାଇଁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

Leave A Reply

Your email address will not be published.