ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣଙ୍କୁ ମିଳିବ ପୋଲିସ ପଦକ

18

ଦେଶରେ ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ୍ ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ଉଲ୍ଲେଖନୀୟ ସେବା ପାଇଁ ୮୮ ଜଣଙ୍କୁ ରାଷ୍ଟ୍ରପତି ପଦକ, ପ୍ରଶଂସନୀୟ ସେବା ପାଇଁ ୬୬୨ ଜଣଙ୍କୁ ଏବଂ ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ଓଡିଶାରୁ ୨୨ଜଣ ପୋଲିସ୍ ମନୋନୀତ ହୋଇଛନ୍ତି । ୧୧ଜଣ ଉତ୍କୃଷ୍ଟ ସେବା, ୯ଜଣଙ୍କୁ ସାହାସିକତା ପାଇଁ ମନୋନିତ କରାଯିବାବେଳେ ଉଲ୍ଲେଖନୀୟ ସେବା ପାଇଁ ୨ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନିତ ହୋଇଥିବା ସୂଚନା ମିଳିଛି ।ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ସେମାନଙ୍କର ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ମେଡାଲରେ ସମ୍ମାନିତ କରାଯିବ। ସେହିପରି ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ‌ପୁଲିସ ପଦକ ପ୍ରଦାନ କରାଯିବ।

Leave A Reply

Your email address will not be published.