IAS-IPSଙ୍କ ଡେପୁଟେସନ ନିୟମ ପ୍ରସଙ୍ଗ, କେନ୍ଦ୍ର ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ

15

IAS-IPSଙ୍କ ଡେପୁଟେସନ ନିୟମ ସଂଶୋଧନ ପ୍ରସଙ୍ଗ କୁ ନେଇ କେନ୍ଦ୍ର ସରକାର ଙ୍କ ପ୍ରସ୍ତାବରେ ଓଡ଼ିଶା ବିରୋଧ କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଭାରତୀୟ ପ୍ରଶାସନିକ ସେବା ନିୟମ ୧୯୫୪ର ଧାରା ୬ରେ ସଂଶୋଧନ ପ୍ରସ୍ତାବ ଉପରେ ଓଡ଼ିଶା ସମ୍ମତି ପ୍ରକାଶ କରିନାହିଁ । ଏ ସମ୍ପର୍କରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଧିକାରୀମାନଙ୍କୁ କେନ୍ଦ୍ରକୁ ଡେପୁଟେସନରେ ପଠାଇବା ନେଇ ସେମାନଙ୍କର ସମ୍ମତି ଜରୁରୀ । ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯିବା ଅନୁଚିତ୍ । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସେ କହିଛନ୍ତି । ଆଇଏଏସ କ୍ୟାଡର ନିୟମ-୧୯୫୪ର ୬(୧)କୁ ସଂଶୋଧନ କରିବାକୁ ନିମନ୍ତେ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି । ଯଦି ଏହି ନିୟମ ମଞ୍ଜୁରୀ ଲାଭ କରେ, ତେବେ ପରବର୍ତ୍ତୀ ସମୟରେ ରାଜ୍ୟମାନଙ୍କର ବିନା ଅନୁମତିରେ କେନ୍ଦ୍ର ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ଡେପୁଟେସନରେ ନେଇପାରିବେ ।

ଅନ୍ୟପକ୍ଷରେ ପୂର୍ବ ପ୍ରଚଳିତ ନିୟମ ଉତ୍ତମ ବୋଲି ଉଲ୍ଲେଖ କରି ଏହାକୁ ଜାରି ରଖିବାକୁ ରାଜ୍ୟ ପ୍ରସ୍ତାବ ଦେଇଛି । ପୂର୍ବରୁ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଖୋଲାଖୋଲି କେନ୍ଦ୍ରର ଏହି ସଂଶୋଧନ ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏପରିକି ବିଜେପି ଅଂଶୀଦାର ଥିବା ବିହାର ସରକାର ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ସଂଶୋଧନ ପ୍ରସ୍ତାବ ଉପରେ ନିଜ ନିଜର ସମ୍ମତି ଜଣାଇବା ପାଇଁ ୧୨ ତାରିଖରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ । ଜାନୁଆରୀ ୨୫ ତାରିଖ ମଧ୍ୟରେ ଏହାର ମତାମତ ରଖିପା ଇଁ ଉଲ୍ଲେଖ କରାଯାଇଥିଲା ।
କେନ୍ଦ୍ରକୁ ଡେପୁଟେସନ୍‌ IAS, IPS ଓ IFS ଅଫିସରଙ୍କ ପାଇଁ ବାଧ୍ୟତାମୂଳକ ହୋଇପାରିବ ନାହିଁ। ଅଫିସରଙ୍କ ଇଛା ବି ଦରକାର ବୋଲି କହିଲେ ସାଂସଦ ଅମର ପଟ୍ଟନାୟକ। ନୂଆ ନିୟମ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସମନ୍ଵୟକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.