ନବରଙ୍ଗପୁରର ଓଡ଼ିଆ ଝିଅ ବନିତା ଦାସ ପାଇବେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

16

ଓଡ଼ିଶାର ନବରଙ୍ଗପୁରର ଝିଅ ବନିତା ଦାସ ପାଇବେ ରାଷ୍ଟ୍ରୀୟ ବାଲ ପୁରସ୍କାର I ୨୦୨୨ ବର୍ଷ ପାଇଁ ୨୯ ଜଣ ପିଲାଙ୍କୁ ମିଳିବ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । କ୍ଷୁଦ୍ର ଗ୍ରହର ଆବିଷ୍କାରକ ଭାବେ ବନିତା ଦାଶ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଦେଶର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ଏବଂ ବନୀତାଙ୍କ ବାର୍ତ୍ତାଳାପ କରିଥିଲେ । ବନିତା ଏକ ଉଲକା ପିଣ୍ଡର ପ୍ରାଥମିକ ଅବସ୍ଥିତି ଆବିଷ୍କାର କରିଥିଲେ । ୬ ଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିଲା ପୁରସ୍କାର । ଆସନ୍ତା ସାଧାରଣତନ୍ତ୍ର ଦିବସରେ ତାଙ୍କୁ ପୁରସ୍କାର ସ୍ୱରୂପ ଏକଲକ୍ଷ ଟଙ୍କା ଓ ଇ – ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା ହାସଲ କରି ଉଲକାପିଣ୍ଡ ଆବିଷ୍କାର କରି ସଫଳତାର ମାଇଲଖୁଣ୍ଟ ଛୁଇଁଥିଲେ ନବରଙ୍ଗପୁରର ଝିଅ ବନିତା ଦାସ ।ଏହି ଭର୍ଚୁଆଲ ଉଦବୋଧନରେ ପିଲାମାନେ କିଭଳି ଆଗକୁ ବଢ଼ିବେ ସେନେଇ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନବରଙ୍ଗପୁର ସହରର ଗାଦବାଗୁଡାରେ ବନିତାଙ୍କ ଜନ୍ମ । ମଧ୍ୟପ୍ରଦଶର ରାଜ୍ୟ ଅନୁପୁର ଜିଲ୍ଲା ଅମରକ ସହରର ଜବାହାର ନବୋଦୟ ବିଧ୍ୟାଳୟରେ ପାଠ ପଢ଼ନ୍ତି ବନିତା । ଏହାପୂର୍ବରୁ ସେ ଜବାହାର ନବୋଦୟ ବିଦ୍ୟାଳୟ, ମାଲକାନଗିରିରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟ ପିଲାଙ୍କ ଉଲ୍କାସପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.