ରାଜ୍ୟରେ କମୁଛି ସଂକ୍ରମଣ ହାର :ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

15

ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଅପେକ୍ଷା କରିବାକୁ ପଡିବ । କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବ ।
ବାହାର ଦେଶର ଯାତ୍ରୀ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ମାନେ ଗୋଷ୍ଠୀ ସଂକ୍ରମଣ ହୋଇଛି। ଅନ୍ୟ ଦେଶରେ ଏହା ହେବା ଆମେ ଦେଖିଛେ । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ । ଏବେ ରାଜ୍ୟରେ ବହୁତ କମ୍ ମେଡିକାଲରେ ଆଡ଼ମିଟ ହେଉଛନ୍ତି । ମାତ୍ର ୨ ପ୍ରତିଶତରୁ କମ ଆଡ଼ମିଟ ହୋଇଛନ୍ତି।
ସେହିଭଳି ରାଜ୍ୟର ଗତ ପାଂଚ ଦିନରେ କରୋନା ଗ୍ରାଫ ଲଗାତାର ଭାବେ ତଳମୁହାଁ ହେବାରେ ଲାଗିଛି । ପ୍ରାଖାପାଖି ସପ୍ତାହେ ହେଲା ପ୍ରତିଦିନ ପୂର୍ବଦିନ ତୁଳନାରେ ଦୈନିକ କମ୍ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରବିବାର ରାଜ୍ୟରେ ୮ ହଜାର ୫୨୦ ମାମଲା ଆସିଥିବାବେଳେ ସୋମବାର ୭ ହଜାର ୨୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବଦିନ ତୁଳନାରେ ୧୯୨୯ କମ୍ । ଏଥିସହ ଟେଷ୍ଟ ପଜିଟିଭିଟି ରେଟ୍ ବି ୧୨ % ତଳେ ରହିଛି ।
ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ।

Leave A Reply

Your email address will not be published.