ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ବିଭିନ୍ନ ଦାବି ନେଇ ରାଜଧାନୀରେ ପାଇକ ମେଳି

16

ପାଇକ ରେଜିମେଣ୍ଟ ଗଠନ ଦାବିରେ ରାଜଧାନୀରେ ପାଇକ ମେଳି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଓ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପାଇକ ରେଜିମେଣ୍ଟ ଗଠନ ଦାବିରେ ମେଳି। ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବା ପାଇଁ ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ଦାବି କରାଯାଇଛି ଇ ଆଜି ଭୁବନେଶ୍ଵର କଳ୍ପନା ଛକ ନିକଟସ୍ଥ ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭାର ଆୟୋଜନ କରାଯାଇଛି। ଏହା ସହ ଘୋଡ଼ା ତଥା ପାଇକ ଆଖଡ଼ା ସହ ଶୋଭାଯାତ୍ରା, ଶପଥ ଉତ୍ସବ ଓ ସଂଗ୍ରାମ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।
ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଗଠନ ହୋଇଥିବାବେଳେ ପାଇକ ରେଜିମେଣ୍ଟ ଗଠନ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଆଜିଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହୋଇଛି ଓ ମାର୍ଚ୍ଚ ୨୯ ରେ ଭୁବନେଶ୍ୱରରେ ଏକ ଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ଓ ଜନତା ମଇଦାନରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯିବ ।
ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ ଜାରି ରହିବ ବୋଲି ବୋଲି କହିଛନ୍ତି ପାଇକ ଏକାଡ଼େମୀର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ।

Leave A Reply

Your email address will not be published.