ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ

19

ଆଜି ଦେଶ ପାଳନ କରୁଛି ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ୧୮୯୭ ଜାନୁଆରୀ ୨୩ରେ ଜନ୍ମିତ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ପାଇଁ ଏବେ କଟକ ହୋଇଛି ଉତ୍ସବ ମୁଖର ।ନେତାଜୀ ଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଓଡିଆ ବଜାରଠାରେ ଥିବା ଜାନକୀନାଥ ଭବନ ସଜେଇ ହୋଇଛି । ଯାହାକି ନେତାଜୀ ସଂଗ୍ରହାଳୟ ନାଁରେ ଏବେ ପରିଚିତ। ସେ ଥିଲେ ଓଡିଶାର ବରପୁତ୍ର ,ଓଡ଼ିଶାରେ ରେ ଜନ୍ମ ହୋଇ କଟକ ମାଟି, ପାଣି, ପବନରେ ବଢି ମାଟ୍ରିକ ପାସ କରିବା ସହ ଉଚ୍ଚଶିକ୍ଷା ପାଇଁ କୋଲକାତା ଚାଲିଗଲେ ।
ନେତାଜୀ ଙ୍କ ଜନ୍ମସ୍ଥାନକୁ ବର୍ତ୍ତମାନ ନେତାଜୀ ସଂଗ୍ରହାଳୟ ନାଁରେ ଏବେ ପରିଚିତ। ବିଗତ ବର୍ଷ ଗୁଡ଼ିକ ଭିତରେ ଅନେକ କିଛି ଉନ୍ନତି ମୂଳକ କାମ ନେତାଜୀ ସଂଗ୍ରହାଳୟରେ କରାଯାଇଛି। ହର୍ବାଲ ଗାର୍ଡେନ ସଂଗ୍ରହାଳୟ ବଗିଚାରେ ସ୍ଥାନ ପାଇଛି। ପାଠାଗାରରେ ୨୦୧୮ରୁ ଉପଲବ୍ଧ ହୋଇଛି ନେତାଜୀଙ୍କ ସଂପର୍କୀତ ଏକ ପୁରାତନ ପୁସ୍ତକ ଦି ସ୍ପ୍ରିଙ୍ଗିଙ୍ଗ୍‌ ଟାଇଗର। ୨୦୧୩ରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲାଇଟ୍‌ ଆଣ୍ଡ ସାଉଣ୍ଡ ସିଷ୍ଟମ୍‌ କରାଯାଇଛି।ସୁରକ୍ଷା ଦୃଷ୍ଟି କୋଣରୁ ପୂରା ପରିସର ଭିତରେ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ନେତାଜୀଙ୍କ ଅବଦାନକୁ ନେଇ ୧୫ ଜଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି ୧୫ଟି ଭାସ୍କର୍ଯ୍ୟ କଳା । ଏହା ନେତାଜୀ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି । ଏହି ୧୫ଜଣ ଶିଳ୍ପୀ ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସଂବନ୍ଧୀୟ ମୃଣ୍ମୟ କଳାକୃତି ଗୁଡିକ ତିଆରି କରିଛନ୍ତି । ୧୨୫ତମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟର ୪ ନମ୍ବର ଗ୍ୟାଲେରୀରେ ଏଗୁଡିକୁ ତିଆରି କରାଯାଇଛି । ସେହିପରି ସିଡିଏସ୍ଥିତ ଆରଆର ସେଂଟରରେ ନେତାଜୀଙ୍କ ମାଟିର ମୂର୍ତି ଗଢାଯାଇଛି । ୧୨୫ତମ ଜୟନ୍ତୀରେ ୧୨୫ଟି ଅନୁଷ୍ଠାନରେ ମୂର୍ତି ଗଢି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି ।

Leave A Reply

Your email address will not be published.