ଯଅ ରେ କରନ୍ତୁ ଏହି ଅଦ୍ଭୁତ ଉପାୟ ଋଣ ରୁ ମିଳିବ ମୁକ୍ତି

26

ହିନ୍ଦୁ ଧର୍ମରେ ଅଧିକାଂଶ ପୂଜାପାଠ ଏବଂ ରୀତିନୀତିରେ ଯଅ ର ବ୍ୟବହାର ହୁଏ I ଏପରିକି ଅନେକ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଏହା ବିନା ସମାପ୍ତ ହୁଏ ନାହିଁ I ଏହା ବ୍ୟତୀତ ଶାସ୍ତ୍ରରେ ଯଅ ଦାନ କୁ ସୁନା ଦାନ ସହିତ ସମାନ ବୋଲି କୁହାଯାଏ I କେବଳ ଏତିକି ନୁହେଁ, ଅନେକ ପ୍ରକାର ଘରୋଇ ଉପଚାରରେ ମଧ୍ୟ ଯଅ ର ବ୍ୟବହାର ହୋଇଥାଏ I ଯଅ ର ବ୍ୟବହାର ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ବଢିଥାଏ I ଏହା ସହିତ ମାତା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ମିଳିଥାଏ I ତେବେ ଜାଣନ୍ତୁ ଯଅ ର ବ୍ୟବହାର ବିଷୟରେ :

ଘରେ ଅମାବାସ୍ୟା ବା ପୂର୍ଣ୍ଣିମା ରେ ଯେଉଁ ହୋମ କରାଯାଏ ସେଥିରେ ପଞ୍ଚଶସ୍ୟରେ ଯଅ ର ବ୍ୟବହାର ହୁଏ, କୁହାଯାଏ ଯେ ଯଅ ର ପ୍ରୟୋଗ ଦ୍ୱାରା ଘରେ ସକରାତ୍ମକ ଶକ୍ତି ବଢିଥାଏ I ଘରର ସଦସ୍ୟମାନେ ସର୍ବଦା ସୁସ୍ଥ ରହିଥାନ୍ତି I

ଯଦି ମୁଣ୍ଡ ଉପରେ ଆପଣଙ୍କର ଋଣ ର ବୋଝ ବଢି ବଢି ଯାଉଥାଏ ,ତେବେ ରାତିରେ ଶୋଇବା ସମୟରେ ଗୋଟିଏ ଲାଲ କପଡ଼ାରେ ମୁଠାଏ ଯଅ ବାନ୍ଧି ନିଜ ବିଛଣା ମୁଣ୍ଡ ପଟେ ରଖି ଦିଅନ୍ତୁ I ଏହାକୁ ତା ପର ଦିନ ସକାଳେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ ,କିଛି ଦିନ ଏ ପରି କଲେ ,ଋଣ ଜନିତ ସମସ୍ୟା ରୁ ମୁକ୍ତି ମିଳିଥାଏ I

ଯଦି ଆପଣ ରାହୁଙ୍କ କୁପ୍ରଭାବ ଦ୍ୱାରା ଅସୁବିଧା ଭୋଗୁଥାନ୍ତି , ତେବେ ଶନିବାର ଦିନ ଯଅ , କୋଇଲା, କଞ୍ଚା କ୍ଷୀର, ନଡିଆ, ତେଲ, ତମ୍ବା ଏବଂ କେରାଏ ଦୁବ ଘାସ କୁ ନେଇ ଏହାକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ I ଏହା କରିବା ଦ୍ୱାରା ଶୀଘ୍ର ରାହୁଙ୍କ କୁ ପ୍ରଭାବରୁ ମୁକ୍ତି ମିଳିବ I ଏହା ବ୍ୟତୀତ ଶନିବାର ଦିନ ପାରା ଙ୍କୁ ଯଅ ଖାଇବାକୁ ଦିଅନ୍ତୁ I ଏହା ଦ୍ୱାରା ରାହୁ-କେତୁ ଙ୍କର ଖରାପ ପ୍ରଭାବ କମିଯାଏ I ଏହା କରିବା ସମୟରେ ଆପଣଙ୍କୁ କେହି ଦେଖିବା ଉଚିତ୍ ନୁହେଁ I

ଶାସ୍ତ୍ରରେ ଯଅ ଦାନକୁ ସର୍ବୋତ୍ତମ ଦାନ ବୋଲି ବିବେଚନା କରାଯାଏ I କାରଣ ଯଅ ଦାନ ସୁନା ଦାନ ପରି ଶୁଦ୍ଧ ବୋଲି ଧରାଯାଏ I ଦୁଖୀ ଦରିଦ୍ରଙ୍କ ମଧ୍ୟରେ ଯଅ ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ I

ଘରେ ପ୍ରତିଦିନ ପୂଜା ସମୟରେ ଭଗବାନ ବିଷ୍ଣୁଙ୍କୁ ଯଅ ଅର୍ପଣ କଲେ ସମସ୍ତ ବିଗିଡିଯାଇଥିବା କାମ ବା ଅଧା ରୁ ଅଟକି ଯାଇଥିବା କାମ ଗୁଡିକ ସହଜ ରେ ହେଇଯାଇଥାଏ I ଏହା ସହିତ ଘରେ ସୁଖ ସମୃଦ୍ଧି ବଢି ଥାଏ I କୁହାଯାଏ ଯେ ଯଅ ର ଏହି ପ୍ରୟୋଗ ଦ୍ୱାରା ପର ଜନ୍ମରେ ମଧ୍ୟ ଧନଵାନ ହୋଇଥାଏ I

ଘରର ଯେ କୌଣସି ଶୁଭ କାମରେ, ବସଯଉଁଥିବା କଳସ ତଳେ ଏବଂ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ତଳେ କିଛି ଯଅ ରଖି ଦିଅନ୍ତୁ ଏହା ଘର ର ସୁଖ ସମୃଦ୍ଧି କୁ ବୃଦ୍ଧି କରିଥାଏ I

Leave A Reply

Your email address will not be published.